ଖବର ସଂକ୍ଷେପ ରେ…… ତାରିଖ ୧୮/୦୪/୨୧, ରବିବାର (NEWS IN BULLETS)

୧-ପରାମର୍ଶ ଦେଲା ପ୍ରସିଦ୍ଧ ସ୍ୱାସ୍ଥ୍ୟ ପତ୍ରିକା ଲାନସେଟ୍ । ଦୁଇ ମାସ ପାଇଁ ରୁଦ୍ଧ ଦ୍ୱାର ବୈଠକ, ସମାବେଶ ଓ ଉତ୍ସବ ଉପରେ ଲଗାଯାଉ ଅଂକୁଶ । ୧୦ ଜଣରୁ ଅଧିକ ଭିଡ଼ ସ୍ଥାନକୁ କରାଯାଉ ନିୟନ୍ତ୍ରଣ ।

୨-ନାଇଟ୍‌ କର୍ଫ୍ୟୁ : ବଦଳିଲା ମୋ ବସ୍‌ ଚଳାଚଳ ସମୟ।ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍।

୩-ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହେଲା ସାନି ତାରିଖ, ମେ ୧୩ ତାରିଖରେ ମତଦାନ,ମେ ୧୬ରେ ହେବ ଭୋଟ ଗଣତି ।

୪-ଭୁବନେଶ୍ୱର: ଆସନ୍ତା ୧୯ରୁ ସବୁ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ।

୫-କୁମ୍ଭମେଳା ଫେରନ୍ତାଙ୍କ ପାଇଁ ରାଜ୍ୟ ସରକାରଙ୍କ ନୂତନ ଗାଇଡ୍‌ଲାଇନ୍, ରହିବେ ୧୪ ଦିନିଆ କ୍ଵାରେଣ୍ଟାଇନ୍‌ରେ, ଆରଟି ପିସିଆର ଟେଷ୍ଟ ବାଧ୍ୟତାମୂଳକ।

୬-ଉପଭୋକ୍ତାଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟୁଛି ଟାଟା ପାଓ୍ଵାର, ଏପ୍ରିଲ୍ ୪ ପୂର୍ବରୁ ଅର୍ଥାତ ମାର୍ଚ୍ଚ ମାସରେ ପୁରୁଣା ଦର ହିସାବରେ ପ୍ରଥମ ୫୦ ୟୁନିଟ୍‌କୁ ୨ଟଙ୍କା ୭୦ପଇସା ନେବା ବଦଳରେ ୩ ଟଙ୍କା ଲଗାଇ ବିଲ୍ ଦେଇଛି ଟାଟା ପାଓ୍ବାର।

୭-କର୍ଫ୍ୟୁରେ ଚାଲିବ ଶିଳ୍ପାନୁଷ୍ଠାନ, ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ,କର୍ମଚାରୀଙ୍କ କୋଭିଡ୍‌ ପରୀକ୍ଷା ଓ ସଂକ୍ରମଣ ରୋକିବାକୁ ଶିଳ୍ପାନୁଷ୍ଠାନ ନେବେ ପଦକ୍ଷେପ

୮-ବାଗଚି ଦମ୍ପତିଙ୍କ ସହାୟତାରେ ଯାଜପୁରରେ ଖୋଲିବ ଚକ୍ଷୁ ଚିକିତ୍ସାଳୟ।

୯-ଭୁବନେଶ୍ୱର:ସପ୍ତାହେ ତାତି ଯନ୍ତ୍ରଣା,ଆଜି ୪୧ ଛୁଇଁପାରେ ଭୁବନେଶ୍ୱର।

୧୦-କଟକ:୧୪୭ ଇନ୍ସପେକ୍ଟରଙ୍କୁ ଡିଏସପି ପଦୋନ୍ନତି ଓ ପୋଷ୍ଟି,ଓ ୧୧ ଡିଏସପିଙ୍କୁ କରାଗଲା ବଦଳି।

୧୧-ରେଳ ଷ୍ଟେସନ ପରିସର ଓ ଟ୍ରେନ୍‍ ମଧ୍ୟରେ ମାସ୍କ୍‍ ନ ପିନ୍ଧିଲେ ୫ ଶହ ଫାଇନ।

୧୨-କୁମ୍ଭ ମେଳାରେ ସାଧୁ ମାନିଲେ ମୋଦୀଙ୍କ କଥା । ଫୋନ୍ କଲ୍ ପରେ ଚଳିତ ବର୍ଷ କୁମ୍ଭମେଳା ଶେଷ ନେଇ ଘୋଷଣା କଲା ଜୁନା ଆଖଡା ।

୧୩-IPL: ମୁମ୍ବାଇକୁ ଜିତାଇଲେ ଚହର,ବୋଲ୍ଟ।ଆଜି ଖେଳାଯିବ ଦୁଇଟି ମ୍ୟାଚ୍। କୋହଲି-ମୋର୍ଗାନ, ରାହୁଲ-ପନ୍ଥ ଲଢେ଼ଇ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here