ଖବର ସଂକ୍ଷେପ ରେ…… ତାରିଖ ୧୬/୦୪/୨୧, ଶୁକ୍ରବାର (NEWS IN BULLETS)

୧-ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ୨୦ ଜିଲ୍ଲାର ସମସ୍ତ ସହରରେ ଆଜିଠୁ ନାଇଟ କର୍ଫ୍ୟୁ, ଛତିଶଗଡ଼କୁ ଲାଗିଥିବା ୧୦ ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍।

୨-ମାଟ୍ରିକ ଓ +୨ ପରୀକ୍ଷା ସ୍ଥଗିତ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ।ଏପ୍ରିଲ ୧୯ରୁ ଦଶମ, ଦ୍ୱାଦଶ ଶ୍ରେଣୀର ସମସ୍ତ କ୍ଲାସ୍‌ ବନ୍ଦ।

୩-ଅନ୍ୟ ରାଜ୍ୟକୁ ବସ ସେବା ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ, କୋଚିଂ ସେଣ୍ଟରରେ ଅଫ୍‌ଲାଇନ୍‌ କ୍ଲାସ୍‌ ମନା।

୪-ଜୁନ୍‌ ୧୭ରୁ OJEE ପରୀକ୍ଷା, ଏପ୍ରିଲ ୧୪ରୁ ଅନଲାଇନରେ ଆବେଦନ ଆରମ୍ଭ।ନିଟ୍ ପରିକ୍ଷା ସ୍ଥାଗିତ ।

୫-କଟକ ସିଡିଏ ସେକ୍ଟର ୧୦:ସ୍ୱେରେଜ୍‌ ଲାଇନ୍ କାମ ବେଳେ ଅଘଟଣ; ୨ ମୃତ।

୬-ରାଜ୍ୟରେ କରୋନା‌ ସ୍ଥିତି ଜଟିଳ : ୨୧ IASଙ୍କୁ ଦିଆଗଲା କୋଭିଡ୍‌ ମୁକାବିଲା ଦାୟିତ୍ବ।

୭-ଏସ୍‌ଡିଜେଏମ୍ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କଲେ ଅନୁଭବ,ଜିଲ୍ଲା କୋର୍ଟଙ୍କ ଦ୍ୱାରସ୍ଥ ।

୮-ଧରାପଡ଼ିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର,ହାଇଦ୍ରାବାଦ ଆଉଟସ୍କଟ ଜାହିରାବାଦରୁ ଗିରଫ କଲା କମିଶନରେଟ ପୋଲିସ।

୯-କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଏସଆଇ ଅଧିନରେ ଥିବା ସବୁ କୀର୍ତ୍ତିରାଜି ମେ ୧୫ ଯାଏଁ ରହିବ ବନ୍ଦ।

୧୦-ବିନା ଭକ୍ତରେ ଟଣା ହେବ ରୁକୁଣା ରଥ,ରଥ ତଳେ ୧୦୦ ଓ ଉପରେ ରହିବେ ୨୫ ସେବାୟତ ।୪୮ ଘଣ୍ଟା ପୂର୍ବରୁ ହେବ ସେବାୟତଙ୍କ କୋଭିଡ ପରୀକ୍ଷା।

୧୧-ଭୁବନେଶ୍ୱର: ଡିପ୍ଲୋମା ପ୍ରଥମ ସେମିଷ୍ଟର ଓ ପିଡିଆଇଏସ ପରୀକ୍ଷା ସ୍ଥଗିତ।

୧୨-ଆଜି ଠାରୁ ବନ୍ଦ ରହିବ କୋଣାର୍କ ମନ୍ଦିର।

୧୩-ପଶ୍ଚିମବଙ୍ଗରେ ସାମ୍ନାକୁ ଆସିଲା କରୋନାର ରୌଦ୍ର ରୂପ, ଗୋଟିଏ ଦିନରେ ୬ ହଜାର ୭୬୯ ସଂକ୍ରମିତ ଚିହ୍ନଟ, ୨୨ ମୃତ।

୧୪-ଦିଲ୍ଲୀକୁ ମାତ୍‌ ଦେଲା ରାଜସ୍ଥାନ, ୩ ଓ୍ବିକେଟରେ ଆରଆର ବିଜୟୀ‌। ଆଜିର ମ୍ୟାଚ: ପଞ୍ଜାବ କିଙ୍ଗସ୍ Vs ଚେନ୍ନାଇ ସୁପର କିଙ୍ଗସ୍।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here