ଖବର ସଂକ୍ଷେପ ରେ…… ତାରିଖ ୧୪/୦୪/୨୧, ବୁଧବାର (NEWS IN BULLETS)

୧-ଆମାନିଆଙ୍କୁ ପୁଲିସ ଛାଟ, ୬ ଦିନରେ ୧ କୋଟି ୮୮ ଲକ୍ଷ ଜୋରିମାନା ଆଦାୟ।

୨-ବାଲେଶ୍ଵର ସହରର ବିକାଶ ପାଇଁ ୧୫୫ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା, ଫ୍ଲାଇ ଓଭରଠାରୁ ଷ୍ଟେସନ ଛକ ହେବ ଛଅ ଲେନ୍।

୩-ସାତ ଦିନିଆ ରିମାଣ୍ଡରେ ଗଲା ହାଇଦରର ମୁଖ୍ୟ ସହଯୋଗୀ ୟାକୁବ୍‌।

୪-ଭୁବନେଶ୍ୱର,କଟକ, ପୁରୀ ଓ ଗଞ୍ଜାମରେ କଟକଣା:ପଣା ସଂକ୍ରାନ୍ତିରେ ମନ୍ଦିର ମନା।

୫-ଦିନରେ ରଙ୍ଗ ମିସ୍ତ୍ରୀ ରାତିରେ ସେହି ଘରୁ ଚୋରି, ରାଜଧାନୀରୁ ବନ୍ଧା ହେଲା ରଙ୍ଗିଲା ଚୋର ଦିଲ୍ଲୀପ କୁମାର ନାୟକ।

୬-କଳାହାଣ୍ଡିରେ 25 ଶିକ୍ଷକ ବହିଷ୍କୃତ, ଜାଲ ସାର୍ଟିଫିକେଟ ଦେଇ କରୁଥିଲେ ଶିକ୍ଷକତା।

୭-କରୋନା ଆତଙ୍କ, ନୂଆପଡା ଖଡ଼ିଆଳରେ 9 ଦିନ ଯାଏଁ ଦୋକାନ ବଜାର ବନ୍ଦ।

୮-ଝାରସୁଗୁଡା:ରେଳବାଇ କର୍ମଚାରୀଙ୍କଠାରୁ ୫୭ ହଜାର ଟଙ୍କାର ନକଲି ନୋଟ୍‌ ଠାବ।

୯-ପିପିଲିରେ ବିକାଶ ପାଇଁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଭୋଟ ମାଗିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

୧୦-ଓୟୁଏଟିରେ ଛାତ୍ର ଅଶାନ୍ତି, ଅନଲାଇନ୍‌ ପରୀକ୍ଷା ଦାବିରେ କୁଳପତିଙ୍କୁ ଘେରିଲେ ଛାତ୍ରଛାତ୍ରୀ।

୧୧-ହରେକୃଷ୍ଣ ମହତାବଙ୍କ ଅବଦାନ ନେଇ ରାଜ୍ୟ ରାଜନୀତି ସରଗରମ, ବିଜେପି ଓ ବିଜେଡି ମଧ୍ୟରେ ଟ୍ଵିଟ୍ ଯୁଦ୍ଧ, ମୁହାଁମୁହିଁ ହେଲେ ପ୍ରଣବ-ସମ୍ଵିତ।

୧୨-କରୋନା କାଳରେ ଦିଲ୍ଲୀରେ ବନ୍ଦ କରାଯାଉ ସିବିଏସଇ ପରୀକ୍ଷା । କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।

୧୩-ଋଷର ସ୍ପୁଟନିକ୍ ଭି ଟିକାକୁ ଅନୁମତି ପରେ ଭାରତରେ ବଡ ପରିମାଣର ଟିକା ଉତ୍ପାଦନ ପାଇଁ ଯୋଜନା । ବର୍ଷକୁ ୮୫୦ ମିଲିୟନ୍ ଡୋଜ୍ ଭାରତରେ ତିଆରି କରିବ ବିଦେଶୀ କମ୍ପାନୀ ।

୧୪-ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଘୋଷଣା: ଆଜି ରାତି ୮ରୁ ମହାରାଷ୍ଟ୍ରରେ କର୍ଫ୍ୟୁ, ପରବର୍ତ୍ତୀ ୧୫ଦିନ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ।

୧୫-IPL:୧୦ ରନରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ। ଆଜିର ମ୍ୟାଚ:ସନରାଇଜର୍ସ Vs ରୟାଲ ଚ୍ୟାଲେଞ୍ଜର୍ସ।

? ଆଜି ମହାବିଷୁବ ସଂକ୍ରାନ୍ତି,ଓ ହନୁମାନ ଜୟନ୍ତୀ ?

?ଓଡ଼ିଆ ନବବର୍ଷ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ?

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here