ଖବର ସଂକ୍ଷେପ ରେ…… ତାରିଖ ୦୮/୦୪/୨୧, ଗୁରୁବାର (NEWS IN BULLETS)

୧-ଭୟଙ୍କର ହେଉଛି କରୋନା: ନବମ ଓ ଏକାଦଶ କ୍ଲାସ୍‌ ବନ୍ଦ ପାଇଁ ନିଷ୍ପତ୍ତି ନେଲେ ସରକାର।୨୫ ଯାଏଁ ଚାଲିବ ଦଶମ ଓ ଦ୍ଵାଦଶ ପାଠପଢ଼ା।

୨-କରୋନା ମୁକାବିଲା ପାଇଁ ସରକାରଙ୍କ ଜୋରଦାର ହେଲା ପ୍ରସ୍ତୁତି । କୋଭିଡ୍ କେୟାର ସେଂଟରରେ ଆନୁସଙ୍ଗିକ ସୁବିଧା ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର ।

୩-କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍କେଟ ବିଲ୍ଡିଂରେ ପୋଲିସ କମିଶନର ଓ ଡିସିପିଙ୍କ ଚଢାଉ, ମଲ ଗୁଡ଼ିକୁ ଦେଲେ ଚେତାବନୀ।

୪-ସପ୍ତାହରେ ୨ ଦିନ ମିଳିବନି ଜାଗା ଦର୍ଶନ, ଶନିବାର ଶ୍ରୀ ମନ୍ଦିର ବନ୍ଦ ରଖିବା ପ୍ରସ୍ତାବ ସରକାରକୁ ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ।

୫-ଟିକା ନଥିବାରୁ ପ୍ରଭାବିତ ହେଲା ଟିକାକରଣ । କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ତୁରନ୍ତ କୋଭିସିଲଡ ଟିକା ଯୋଗାଇବାକୁ ଦାବି

୬-ଆସନ୍ତା ୯ରେ ଡ. ହରେକୃଷ୍ଣ ମହତାବଙ୍କ ରଚିତ ଓଡ଼ିଶା ଇତିହାସର ହିନ୍ଦୀ ସଂସ୍କରଣକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ।

୭-ପରୀକ୍ଷା ନଥିଲେ ହଷ୍ଟେଲ ଛାଡ଼, ଗାଇଡଲାଇନ୍‌ ଜାରି କଲା BMC

୮-ସମ୍ବଲପୁର:ଆଳୁ ଖୋଳୁ ଖୋଳୁ ମହାଦେବ, ମାସ୍କ ଚେକିଂ ସମୟରେ ଗଞ୍ଜେଇ ଜବତ।

୯-ନୀଳଗିରି:ମିଠା ମିଠା କଥା କହି ମହିଳାଙ୍କ ଗ୍ରୁପରୁ ଟଙ୍କା ନେଇଗଲେ ଶିକ୍ଷୟତ୍ରୀ, ପରେ ଦେଲେନି ଧରାଛୁଆଁ, ଧରିଲା ପୋଲିସ୍।

୧୦-ପିପିଲି ଉପ ନିର୍ବାଚନ ପାଇଁ ମୁତୟନ ହେବେ ୧୮ ପ୍ଲାଟୁନ୍‌ OSAP।

୧୧-ଆଜି କୋଟିଆରେ ନିର୍ବାଚନ କରାଇପାରେ ଆନ୍ଧ୍ର, ୨୨ ଗାଁରେ ୧୪୪ ଧାରା ଲାଗୁ କଲା କୋରାପୁଟ ଜିଲ୍ଲା ପ୍ରଶାସନ।

୧୨-‘ପରୀକ୍ଷା ପେ ର୍ଚଚ୍ଚା’ରେ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ।ଛାତ୍ରଛାତ୍ରୀମାନେ ସବୁ ବିଷୟ ପ୍ରତି ସମାନ ଭାବେ ଧ୍ୟାନ ଦେବାକୁ ପରାମର୍ଶ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here