ଖବର ସଂକ୍ଷେପ ରେ…… ତାରିଖ ୦୫/୦୪/୨୧, ସୋମବାର (NEWS IN BULLETS)

୧-ରାଜ୍ୟରେ ଲାଗୁ ହେବନି ଡେ-କର୍ଫ୍ୟୁ, ନିୟନ୍ତ୍ରଣରେ ରହିଛି ସ୍ଥିତି : ସ୍ପଷ୍ଟ କଲେ ସ୍ବତନ୍ତ୍ର ରିଲିଫ୍‌ କମିସନର।

୨-ରାଜ୍ୟରେ ଆଉ ୪୭୧ କରୋନା ପଜିଟିଭ୍‌ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ ୮୫ ଆକ୍ରାନ୍ତ ଚିହ୍ନଟ

୩-ଘଟଗାଁରେ ଏପ୍ରିଲ ୧୩,୧୪ରେ ମା’ ତାରିଣୀଙ୍କ ସାଧାରଣ ଦର୍ଶନ ବନ୍ଦ, ଚଇତି ପର୍ବ ପାଇଁ ଆସିଲା ଗାଇଡ୍‌ଲାଇନ୍‌।

୪-ଚୁଡାନ୍ତ ହେଲା ନିତି ନିର୍ଘଣ୍ଟ ୨୦ ରେ ଗଡିବ ଲିଙ୍ଗରାଜଙ୍କ ରୁକୁଣା ରଥ।

୫-କରୋନାରେ ଚାଲିଗଲା ଗୋଟିଏ ଶିକ୍ଷାବର୍ଷ, ଦ୍ବିତୀୟ ସଂକ୍ରମଣର ଭୟ ଘାରିଲାଣି,ଆଉ ବର୍ଷେ ପାଠପଢ଼ା ହୋଇପାରେ ବର୍ବାଦ!

୬-ଭୁବନେଶ୍ୱର: ୭ ପଜିଟିଭ ଚିହ୍ନଟ ପରେ SBIର ମୁଖ୍ୟ ଶାଖା ୪୮ ଘଣ୍ଟା ପାଇଁ ସିଲ୍।

୭-ଆଜିଠୁ ଓଷ୍ଟାର ପ୍ରି-ବୋର୍ଡ ପରୀକ୍ଷା, ଏପ୍ରିଲ ୮ରେ ossta.in ରେ ଉପଲବ୍ଧ ହେବ ଆଦର୍ଶ ଉତ୍ତର ।

୮-କାଳବୈଶାଖୀ ସମ୍ଭାବନା, ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ।

୯-ହିଂସା ଛାଡି ବିକାଶ ପ୍ରକ୍ରିୟାରେ ଯୋଗଦେବାକୁ ମାଓବାଦୀଙ୍କୁ ପୁଲିସ ଡ଼ିଜିଙ୍କ ଆହ୍ୱାନ।

୧୦-ଇନ୍‌ଫୋସିଟିରେ ଖୋଲିଲା ମିଡ୍‌ଟାଉନ୍‌ ବର୍ଣ୍ଣ ଜିମ୍ ଟ୍ରେନିଂ ସେଣ୍ଟର, ସଦସ୍ୟତା ଗ୍ରହଣ ପରେ ନେଇ ପାରିବେ ପ୍ରଶିକ୍ଷଣ।

୧୧-୧୦ ଜିଲାପାଳଙ୍କୁ ଗଣଶିକ୍ଷା ବିଭାଗର ନିର୍ଦେଶ : ସ୍ଥିତି ଦେଖି ହଷ୍ଟେଲ ବନ୍ଦ ନିଷ୍ପତ୍ତି ପାଇଁ ପରାମର୍ଶ।

୧୨-ସମ୍ବଲପୁର:ରାତ୍ରିକାଳୀନ କର୍ଫ୍ୟୁ ଉଲ୍ଲଂଘନ ହେଲେ କଡା କାର୍ଯ୍ୟାନୁଷ୍ଠାନ : ଏସପି ବାଟ୍ଟୁଲ ଗଙ୍ଗାଧର।

୧୩-ମାଲକାନଗିରି: ସୀମାନ୍ତରେ ମାଓ ହିଂସା,୨୪ ଯବାନ ସହିଦ,୧୫ ମାଓବାଦୀ ମୃତ।

୧୪-ଲକ୍ଷ୍ନୌ:କରୋନା ସଂକ୍ରମଣକୁ ନଜରରେ ରଖି ଯୋଗୀ ସରକାରଙ୍କ କଡ଼ା ଆଭିମୁଖ୍ୟ, ଜଣେ ଆକ୍ରାନ୍ତ ମିଳିଲେ ୨୦ ଘର ହେବ ସିଲ୍‌।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here