ଖବର ସଂକ୍ଷେପ ରେ…… ତାରିଖ ୦୪/୦୪/୨୧, ରବିବାର (NEWS IN BULLETS)

୧-ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଉପରାଷ୍ଟ୍ରପତିଙ୍କ ଗୁରୁମନ୍ତ୍ର, କହିଲେ ସଚ୍ଚୋଟତା ଓ କଠିନ ପରିଶ୍ରମ ସଫଳତାର ମୂଳମନ୍ତ୍ର।

୨-ପଡ଼ୋଶୀ ଛତିଶଗଡ଼ରୁ ପଶ୍ଚିମ ଓଡ଼ିଶାକୁ କରୋନା ଭୟ । ରାଜ୍ୟକୁ ପୁଣି ଫେରିଲା ନାଇଟ କର୍ଫ୍ୟୁ । ସୋମବାରଠାରୁ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ।

୩-ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ଜୋତା ଫିଙ୍ଗି ନିଲମ୍ବିତ ହେଲେ ୩ ବିଧାୟକ । ବିଷ୍ଣୁ ସେଠୀ, ଜୟ ନାରାୟଣ ମିଶ୍ର ଓ ମୋହନ ମାଝିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ।

୪-ଭୁବନେଶ୍ୱର: ଦୈନିକ ଟୀକା ଟପିଲା ୨.୭୧ ଲକ୍ଷ, ଟୀକାକରଣ ଛୁଇଁଲା ୩୧.୩୭ ଲକ୍ଷ।

୫-ଶୈଳଶ୍ରୀବିହାର: ବେପରୁଆ ଗାଡି ଚାଳନା ଯୋଗୁଁ ସିରିଜ ଦୁର୍ଘଟଣା,୧୫ ଆହତ,୫ ଗୁରୁତର।

୬-ପାଣିପାଗ:୨୧ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ବର୍ଷା ଘଡଘଡି ସହ ୪୦ କିମି ବେଗରେ ବହିବ ପବନ।

୭-କୋଭିଡ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ନୂଆ ମାର୍ଗଦର୍ଶିକା ଜାରୀ କଲା ସିଏମସି, ବିବାହରେ ୧୦୦, ଶୁଦ୍ଧି କାର୍ଯ୍ୟରେ ୫୦ ଜଣଙ୍କୁ ଅନୁମତି।

୮-ପୁରୀ:ସବୁ ରବିବାର ଶ୍ରୀମନ୍ଦିର ବନ୍ଦ,ଫେରିଲା କୋଭିଡ କଟକଣା,ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ବ।

୯-ପିପିଲି ଉପନିର୍ବାଚନ:୨ଜଣଙ୍କ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର,ଲଢ଼ିବେ ୧୦।

୧୦-ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ବାଟ ଫିଟୁଛି : ଉଚ୍ଚ କ୍ଷମତା ସଂପନ୍ନ ବୈଷୟିକ ଟିମର ଅନୁଧ୍ୟାନ।

୧୧-ମାଲକାନଗିରି: ବିଜାପୁରରେ ଗୁଳିବିନିମୟ,୫ଜବାନ ସହିଦ୍,୩ମାଓବାଦୀ ମୃତ।

୧୨-କରୋନା ସଂକ୍ରମଣକୁ ନଜରରେ ରଖି ପୁଣି ଫେରିଛି ଲକଡାଉନ । ବାଂଲାଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସୋମବାର ଠାରୁ ଲକଡାଉନ ଘୋଷଣା ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here