ତୁଳସୀ ସାହିତ୍ୟ ସଂସଦ ପକ୍ଷରୁ ଓଡ଼ିଆ ନବବର୍ଷ ପାଳନ, ଜଗତସିଂହପୁର କାଦୁଅପଡା।

ଜଗତସିଂହପୁର କାଦୁଅପଡାସ୍ଥିତ ଗାଦିଵ୍ରହ୍ମ ବିଦ୍ୟାପୀଠ ପରିସରରେ ତୁଳସୀ ସାହିତ୍ୟ ସଂସଦ ପକ୍ଷରୁ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ପାଳିତ ହୋଇଯାଇଛି । ସଂସଦର ସଭାପତି ଅଵସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମାଜସେବୀ ପ୍ରିୟନାଥ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଶିକ୍ଷକ ନଗେନ୍ ପଣ୍ଡା ଯୋଗଦେଇ ଆଜି ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଓଷ୍ଟା ସଂଘର ସାଧାରଣ ସମ୍ପାଦକ ନାରାୟଣ ବାରିକ, ସମାଜସେବୀ ନଳିନୀକାନ୍ତ ସ୍ବାଇଁ, ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାସିନୀ ସାହୁ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସଂସଦର ସଂପାଦକ ଶିଶିର କୁମାର ତ୍ରିପାଠୀ ସଂସଦର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିବାବେଳେ ଅବସରପ୍ରାପ୍ତ ଶିକ୍ଷକ ନିହାର ରଞ୍ଜନ ଦାସ, କବି ଡଃ ତୃପ୍ତି ରଞ୍ଜନ ଦାସ, ଶିକ୍ଷୟିତ୍ରୀ ଅରୁନ୍ଧତୀ ସେନାପତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶିକ୍ଷକ ବିବେକାନନ୍ଦ ଦାସ, ଶିକ୍ଷୟିତ୍ରୀ ରୋଜାଲିନ୍ ମହାପାତ୍ର, ଦେବସ୍ମିତା ମିଶ୍ର, ବିଜୟଲକ୍ଷ୍ମୀ ମହାନ୍ତି, ଶିକ୍ଷକ ସୁକାନ୍ତ କୁମାର ନାୟକ, ବିଷ୍ଣୁ ଚରଣ ପରିଡା, ବ୍ରଜେନ୍ଦ୍ର କୁମାର ଭଟ୍ଟ, ପ୍ରଭଞ୍ଜନ ଦାସ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ । ପରିଶେଷରେ ସଂସଦର ଯୁଗ୍ମ ସମ୍ପାଦକ ଆଇନଜୀବି ନରେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସଂସଦ ତରଫରୁ ପଣା ବଣ୍ଟନ କରାଯାଇଥିଲା ।

ଜଗତସିଂହପୁର ରୁ ଜିଲ୍ଲା ପ୍ରତନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ Odisha1. TV |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here