ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ ର ସାଧାରଣ ସଭା।

କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗୀୟ ମନ୍ତ୍ରୀ ରାମଦାଶ ଆଠବାଲେ ଆଜି ଦିନିକିଆ ଜଗତସିଂହପୁର ଜିଲ୍ଲା ଗ୍ରସ୍ତ କରି ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ ।ଜିଲ୍ଲା ସଦର ମହକୁମା ସ୍ଥିତ ଆଦିକବି ଶାରଳା ସଂସ୍କୃତି ଭବନ ଠାରେ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ ପକ୍ଷରୁ  ଆୟୋଜିତ ଏହି ସଭାରେ ରିପବ୍ଲିକାନ ପାର୍ଟିର ରାଜ୍ୟ ସଭାପତି ସେକ ଅବଦୁଲ ବାଲିଙ୍କ ସମେତ ବହୁ ଦଳିତ ନେତା ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀଙ୍କୁ ରାଜ୍ୟ ସମେତ ଜଗତସିଂହପୁର ଜିଲ୍ଲାରେ ଦଳିତ ମାନଙ୍କର ଉପରେ ହେଉଥିବା ଅତ୍ୟାଚାର ଓ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ବାବଦରେ ଦାବି ରଖିଥିଲେ ।ରାଜ୍ୟ ସରକାର ଦଳିତମାନଙ୍କୁ ସେମାନଙ୍କର ଅଧିକାର ପ୍ରଦାନ କରିବା ସହିତ ଭୂମିହୀନମାନଙ୍କୁ ରାଜ୍ୟ ସରକାର ୫ଏକର ଜମି ପ୍ରଦାନ କରିବା ପାଇଁ କହିଥିଲେ ।ଏହା ସହିତ କେନ୍ଦ୍ର ସରକାର ଦଳିତମାନଙ୍କ ପାଇଁ ବିଭିନ୍ନ ଯୋଜନାରେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି ବୋଲି କହିଥିଲେ କେଦ୍ର ମନ୍ତ୍ରୀ ।

ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ  Odisha1. TV |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here