କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଡାବୁଗାଁ ସାପ୍ତାହିକ ହାଟ ବନ୍ଦ :

ଡାବୁଗାଁ, ୧୪/୪ ନବରଙ୍ଗପୁର ଜିଲା ଡାବୁଗାଁ ସାପ୍ତାହିକ ହାଟ  ନବରଙ୍ଗପୁର ଜିଲାପାଳଙ୍କ  ନିର୍ଦ୍ଦେଶକ୍ରମେ ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯନ୍ତ ବନ୍ଦ ରହିବ । ନବରଙ୍ଗପୁର ଜିଲା ଡାବୁଗାଁ ଅଞ୍ଚଳର ସର୍ବସାଧାରଣଙ୍କୁ ଅବଗତ କରାଯାଉଅଛି ଯେ କୋଭିଡ଼-୧୯ ର  ୨ୟ ଲହର ରାଜ୍ୟରେ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଉଥିବାରୁ ସାପ୍ତାହିକ ହାଟ ଗୁଡିକରେ ଜନଗହଳି ଯୋଗୁଁ କୋଭିଡ ସଂକ୍ରମଣର ଆଶଙ୍କା ଥିବାରୁ ଡାବୁଗାଁ ହାଟକୁ  ଆସନ୍ତା କାଲି ବା ସାପ୍ତାହିକ ହାଟ ଦିନ ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଏନେଇ ବୁଧବାର ବ୍ଲକ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ଵାରା ଡାବୁଗାଁ ତଥା ବିଭିନ୍ନ ଗ୍ରାମରେ ପ୍ରଚାର କରାଯାଇଛି | ଏଥି ସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ନେଇ ମଧ୍ୟ ସଚେତନ କରାଯାଇଛି |

ନବରଙ୍ଗପୁର ଜିଲା ଦବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here