ଜିଲ୍ଲାସ୍ତରୀୟ ମୋ ସ୍କୁଲ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଙ୍କ ଧନ୍ୟବାଦ ପତ୍ର ପ୍ରଦାନ ଉତ୍ସବ, ଜଗତସିଂହପୁର ଜିଲ୍ଲା ।

ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ତରଫରୁ ମୋ ସ୍କୁଲ ଯୋଜନା ଅଧୀନରେ ପୁରାତନ ଛାତ୍ର ଛାତ୍ରୀ ଓ ବିଦ୍ୟାଳୟକୁ ଦାନ କରିଥିବା ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଙ୍କ ଧନ୍ୟବାଦ ପତ୍ର ବଣ୍ଟନ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥିଭାବେ ଜିଲାପାଳ ସଂଗ୍ରାମକେଶରୀ ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ କହିଥିଲେ ଯେଉଁ ମାନେ ଅର୍ଥ ଦାନ କରି ବିଦ୍ୟାଳୟର ରୂପରେଖ ବଦଳାଇ ବାକୁ ପ୍ରଚେଷ୍ଟା କରିଛନ୍ତି ସେମାନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ।ମୁଖ୍ୟବକ୍ତା ଭାବେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ସରୋଜକାନ୍ତ ମହାନ୍ତି,ସଂମ୍ମାନୀତ ଅତିଥିଭାବେ ସର୍ବ ଶିକ୍ଷା ଅଭିଯାନ ର ପ୍ରକଳ୍ପ ସଂଯୋଜକ ସପନ କୁମାର ଜେନା, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟନାୟକ,ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ରାଉତ ଯୋଗଦେଇ ମୋ ସ୍କୁଲ ଅଭିଯାନ କମିଟିର ସଭାପତି ଓ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ଜିଲା ବିଜ୍ଞାନ ପରିଦର୍ଶକ ଜୀବନକୁମାର ସାହୂ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ପ୍ରକାଶ କରିଥିଲେ।ଶିକ୍ଷକ ଅମୂଲ୍ୟ କୁମାର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜଗତସିଂହପୁର ବ୍ଳକ ଶିକ୍ଷା ଅଧିକାରୀ ଗଣେଷ ଚନ୍ଦ୍ର ସେଠୀ ଧନ୍ୟବାଦ ଆର୍ପଣ କରିଥିଲେ।ଏହି ଅବସରରେ ଭଗିନୀ ନିବେଦିତା ହାଇସ୍କୁଲ ର ପୁରାତନ ଛାତ୍ର ଭାବେ ଜିଲାପାଳ ସଂଗ୍ରାମକେଶରୀ ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

 ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ Odisha1. TV |       

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here