ଜଗତସିଂହପୁର ଜିଲ୍ଲାର ୯ ଜଣ କିନ୍ନରଙ୍କୁ ଭତ୍ତା ବଣ୍ଟନ।

ଜଗତସିଂହପୁର ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଆଜି ୯ ଜଣ କିନ୍ନରଙ୍କୁ ଭତ୍ତା ପ୍ରଦାନ କରାଯାଇଛି ।ଜିଲ୍ଲାରେ ରହିଥିବା ୫୩ ଜଣ କିନ୍ନରମାନଙ୍କ ମଧ୍ୟରୁ ଆଜି ପ୍ରାଥମିକ ପର୍ଯ୍ୟାୟରେ ସ୍ୱୀକୃତି ଯୋଜନାରେ ୯ ଜଣ କିନ୍ନରଙ୍କୁ ଭତ୍ତା ପ୍ରଦାନ କରାଯାଇଛି ।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶମ୍ଭୁନାଥ ରାଉତଙ୍କ ଦ୍ଵାରା ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ,ଜଗତସିଂହପୁର ତହସିଲଦାର ମାନସ ରଞ୍ଜନ ଭୋଇ, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟନାୟକ ଯୋଗଦେଇ କିନ୍ନରମାନଙ୍କୁ ଭତ୍ତା ପ୍ରଦାନ କରିଥିଲେ  ।ଭତା ପାଇଥିବା କିନର ମାନଙ୍କ ମଧ୍ୟରେ ରଙ୍ଗ ଓଝା, ସରସ୍ୱତୀ ଚୁହାଁନ, ଶିବାନି ମାନ୍ନା, ଲକଶିଖା ମଲ୍ଲିକ, ମାନିନୀ ବେହେରା, ଲିଜା ଖଟୋଇ, ପୂଜା ପରିଡା, ଖୁସି ମହାନ୍ତି, ରାଧା ସ୍ୱାଇଁ ଙ୍କୁ ଭତ୍ତା ପ୍ରଦାନ କରାଯାଇଛି।ଏହି ଭତ୍ତା ପାଇବା ପରେ କିନ୍ନରମାନେ ଖୁସିବ୍ୟକ୍ତ କରିଥିବା ବେଳେ ଆଗାମୀ ଦିନରେ ଜିଲ୍ଲାରେ ରହିଥିବା ସମସ୍ତ କିନ୍ନରମାନଙ୍କୁ ଚିହ୍ନଟ କରାଯାଇ ପର୍ଯ୍ୟାୟ କ୍ରମେ ଭତ୍ତା ପ୍ରଦାନ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।କିନ୍ନର ମାନଙ୍କୁ ଭତ୍ତା ପ୍ରଦାନ କରାଯାଇଥିବାରୁ ଜଗତସିଂହପୁର ଜିଲ୍ଲା ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ନଗରପାଳ ମଧୁସୂଦନ ସାହୂ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ Odisha1.TV |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here