ଜଗତସିଂହପୁର ପୋଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ, ମାସ୍କ ଚେକିଙ୍ଗ ଜୋରଦାର।

କରୋନା ମହାମାରୀ ର ଦ୍ୱିତୀୟ ଲହର ଅବସ୍ଥା କ୍ରମଶଃ ଦ୍ରୁତଗତିରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତା ମୂଳକ ପଦକ୍ଷପ ମାନ ନିଆଯାଉଛି। ତେବେ ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ସ୍ପେଶାଲ ଡ୍ରାଇଭ କାର୍ଯ୍ୟକ୍ରମ10ଦିନ ଧରି ଚାଲୁ ହୋଇଥିବା ବେଳେ ଜଗତସିଂହପୁର ଏସପି  ପ୍ରକାଶ ଆର ଙ୍କ ନିର୍ଦେଶ କ୍ରମେ ଜଗତସିଂହପୁର ସଦର ଥାନା ପକ୍ଷରୁ ନିୟମ ପାଳନ କରାଯାଉଛି।ତେବେଏହି ସ୍ପେଶାଲ ଡ୍ରାଇଭ ରେ କୋଭିଡ଼ି କଟକଣାକୁ କଡାକଡି ପାଳନ କରିବା ପାଇଁ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ବିଭିନ ଛକ, ବଜାର ଓ ଜନଗହଳି ପୂର୍ଣ ସ୍ଥାନରେ ମାସ୍କ ଚେକିଂ କୁ ଗୁରୁତ୍ୱ ଦିଆଯିବା ସହିତ ଜନସଧାରଙ୍କ ମଧ୍ୟରେ ସତର୍କତା ଅବଲମ୍ବନ ନ ପାଇଁ ସାମାଜିକ ଦୂରତା, ମାସ୍କ ବ୍ୟବହାର କରିବା ଆଦି ସଚେତନତା ଦିଗରେ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା ଜଗତସିଂହପୁର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ସୂଚନା ପ୍ରଦାନ କରିଛନ୍ତି।ତେବେ ଜଗତସିଂହପୁର ଥାନା ଛକ ଠାରେ ଜଗତସିଂହପୁର ପୋଲିସ ପକ୍ଷରୁ ମାସ୍କ ଚେକିଂ କରାଯାଇ ଲୋକ ମାନଙ୍କୁ ସଚେତନ କରାଯାଇଥିଲା।କୋଭିଡ଼ି କଟକଣା କୁ ମାନୁ ନଥିବା ଅମାନିଆ ମାନଙ୍କ ଠାରୁ ପୋଲିସ ପକ୍ଷରୁ ଫାଇନ ଆଦାୟ କରାଯାଇଥିଲା।ଦୁଇ ଦିନରେ ସଦର ପୋଲିସ ୩୦ ହଜାର ଟଙ୍କା ଫାଇନ ଆଦାୟ କରିଛି। ଜଗତସିଂହପୁର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ରଙ୍କ ନେତୃତ୍ୱରେ କୋଡ଼ିଏ ରୁ ଉର୍ଦ୍ଧ୍ବ ପୋଲିସ କର୍ମଚାରୀ ଉପସ୍ଥିତ ରହି ସଚେତନତା କରିବା ସହିତ ଅମାନିଆ ଙ୍କ ଠାରୁ ଫାଇନ ଆଦାୟ କରିଥିଲେ।

ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋଟ Odisha1.TV |      

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here