ଡକ୍ଟର ହରେକୃଷ୍ଣ ମହତାବ ଙ୍କ ଲିଖିତ ଓଡିଶା ଇତିହାସ ର ହିନ୍ଦି ଅନୁବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ଵାରା ଲୋକାର୍ପଣ।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଡକ୍ଟର ହରେକୃଷ୍ଣ ମହତାବଙ୍କ ଲିଖିତ ଓଡିଶା ଇତିହାସର ହିନ୍ଦୀ ଅନୁବାଦକୁ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରୁ ଭିଡିଓ କଂଫେରେନ୍ସି ମାଧ୍ୟମରେ ଲୋକାର୍ପଣ କରିଛନ୍ତି ।ହରେ କୃଷ୍ଣ ମହତାବ ଫାଉଣ୍ଡେସନସନ ପକ୍ଷରୁ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ଦିଲ୍ଲୀରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସମେତ  କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ,ସ୍ବର୍ଗତ ମହତାବଙ୍କ ସୁପୁତ୍ର ତଥା କଟକର ସାଂସଦ ଭର୍ତ୍ବହରି ମହତାବ ଉପସ୍ଥିତ ରହିଥିବା ବେଳେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହି ଲୋକାର୍ପଣ ଉତ୍ସବର ସିଧା ପ୍ରସାରଣ କରାଯାଇଥିଲା।ଜଗତସିଂହପୁର ଜିଲ୍ଲାର ସରଳା ଦେବୀ କଲ୍ୟାଣ ମଣ୍ଡପ ଠାରେ ଏହାର ସିଧା ପ୍ରସାରଣ କାର୍ଯ୍ୟକ୍ରମକୁ ମହତାବ ଫାଉଣ୍ଡେସନ ର ସଂଯୋଜକ ସୁରେନ ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବିଜେପିର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ପୂର୍ବତନ ସଭାପତି ଉପେନ୍ଦ୍ର ବିଶ୍ଵାଳ,ସାଧାରଣସମ୍ପାଦକ ଜଗନ୍ନାଥ ଦାସ, ମିଡିଆ ସେଲର ଅଧ୍ୟକ୍ଷ ଗଣେଷ ପ୍ରସାଦ ମହାନ୍ତି, ତୁଷାର ରଥ,ଅକ୍ଷୟ ପାତ୍ର ,ମହିଳା ମୋର୍ଚ୍ଚା ର ସଭାନେତ୍ରୀ କ୍ରୀଷ୍ଣା ମହାନ୍ତି ପ୍ରମୁଖ ବରିଷ୍ଠ କର୍ମକର୍ତା ମାନେ ଉପସ୍ଥିତ ରହିଥିଲେ ।

ଜଗତସିଂହପୁର ରୁ ଜିଲ୍ଲା ପ୍ରତନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ Odisha1.TV |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here