ମା କନକଦୁର୍ଗା ପୀଠରେ ବାରୁଣୀ ଯାତ୍ରା ଅନୁଷ୍ଠିତ , ଜଗତସିଂହପୁର।ମା କନକଦୁର୍ଗା ପୀଠରେ ବାରୁଣୀ ଯାତ୍ରା ଅନୁଷ୍ଠିତ , ଜଗତସିଂହପୁର।

କୋଭିଡ଼ି କଟକଣାରେ ପାଳିତ ହେଉଛି ବାରୁଣୀ ଯାତ୍ରା।କନକଦୁର୍ଗା ପୀଠରେ ନିଆରା ଢଙ୍ଗରେ ପାଳିତ ହେଉଛି ବାରୁଣୀ ଯାତ୍ରା।ସକାଳୁ ମାନସିକ ଧାରୀ ମାନେ ଆସି ନିଜର ପିଲା ମାନଙ୍କ ସହିତ ମାଙ୍କ ପୀଠରେ ଦାଣ୍ଡ ପହଁରି ଥାନ୍ତି ଆଉ କେହି କେହି କୁକୁଡ଼ା ଉଡାଇ ଥାନ୍ତି।ଏହି ଦିନ ପୀଠରେ ଦାଣ୍ଡ ପହଁରିଲେ ବହୁ ଦୁରାରୋଗ୍ୟରୁ ମୁକ୍ତି ମିଳିବା ସହିତ ମାଙ୍କ ଆଶୀର୍ବାଦ ମିଳି ଥାଏ ବୋଲି ଲୋକମାନଙ୍କ ମନରେ ରହିଛି ଅନେକ ବିଶ୍ୱାସ।ଜଗତସିଂହପୁର ବ୍ଲକ ପିତେଇପୁର ପଂଚାୟତ ରେ ରହିଛି ମା କନକ ଦୁର୍ଗାଙ୍କ ପୀଠ। ଦନ୍ତା ଘାତ ରୋଗୀ ରୋଗୀ ମାନେ ଏହି ପୀଠକୁ ଆସି ଆରୋଗ୍ୟଲାଭ କରିଥାନ୍ତି।ପୀଠର ସବୁଠାରୁ ବଡ଼ପର୍ବ ହେଉଛି ବାରୁଣୀଯାତ୍ରା।ବାରୁଣୀ ଯାତ୍ରା ୮ ଦିନ ବ୍ୟାପି ଅନୁଷ୍ଠିତ ହୋଇଥାଏ।ମହାମାରୀ କରୋନା ଯୋଗୁ କୋଭିଡ଼ି କଟକଣା ନିୟମ ଅନୁଯାଇ କମ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ପାଳନ କରାଯାଉଛି ବାରୁଣୀ ଯାତ୍ରା।ଯେ କୌଣସି ଦୁରାରୋଗ ହେଉ କି ନିସନ୍ତାନ ସ୍ତ୍ରୀଲୋକ ମାନେ ମାଙ୍କ ନିକଟରେ ମାନସିକ କରିଥାନ୍ତି ତାହା ପୂରଣ ହେଲା ପରେ ମାଙ୍କ ପୀଠକୁ ଆସି ଦାଣ୍ଡ ଓଳାଇବା ସହିତ କୁକୁଡ଼ା ଉଡାଇ ମାନସିକ ପୂରଣ କରିଥାନ୍ତି।ମାଙ୍କ ପାଖକୁ ଆସି ଯିଏ ଯାହା ମାଗିଛି ତାହା ନିଶ୍ଚିତଭାବେ ମିଳିଥାଏ ବୋଲି ଲୋକମାନଙ୍କ ମନରେ ରହିଛି ଅଘାଡ଼ ବିଶ୍ୱାସ।ଏହି ବାରୁଣୀ ଯାତ୍ରା ପାଇଁ ମାଙ୍କ ପୀଠ ଚଳଚଞ୍ଚଳ ହୋଇ ପଡିଛି।ବିଗତ ବର୍ଷ ମହାମାରୀ କରୋନା କଟକଣା ଯୋଗୁ ବାରୁଣୀ ଯାତ୍ରା ବନ୍ଦ ରହିଥିଲା।ଚଳିତ ବର୍ଷ କୋଭିଡ଼ି କଟକଣା ଓ କୋଭିଡ଼ି ନିୟମ କୁ ପାଳନ କରି କମ ଶ୍ରଦ୍ଧାଳୁଙ୍କ ନେଇ ବାରୁଣୀ ଯାତ୍ରା ଅନୁଷ୍ଠିତ ହେଉଛି।ନୀତିକାନ୍ତି ଅନୁଯାଇ ସକାଳୁ ମାଙ୍କ ପୂଜାର୍ଚ୍ଚନା କରାଯାଇ ମାଙ୍କୁ ସ୍ନାନ କରାଯାଇ ନାମ ସଂକୀର୍ତ୍ତନ ମଧ୍ୟରେ ବାରୁଣୀ ଯାତ୍ରା ଆରମ୍ଭ ହୋଇଥିଲା। ଜିଲା ପ୍ରଶାସନ ଅନୁମତିରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ମାସ୍କ,ସାନିଟାଇଜର ଓ ସାମାଜିକ ଦୂରତ୍ୱ ବଜାଇ ରଖିବା ପାଇଁ ସଚେତନ କରାଯାଇଥିଲା।ପୂର୍ବ ପରମ୍ପରା ଅନୁଯାଇ ମହା ସମାରୋହରେ ବାରୁଣୀ ଯାତ୍ରା ପାଳନ କରାଯାଉଛି।କରୋନା କଟକଣାକୁ କଡାକଡି କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଜଗତସିଂହପୁର ରୁ ଜିଲ୍ଲା ପ୍ରତନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ Odisha1.TV |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here