ବୋମା ମାଡ଼ ଘଟଣା ରେ ଦୁଇ ଜଣ କୋର୍ଟ ଚାଲାଣ , ଜଗତସିଂହପୁର ।

ମଦ ଟେଣ୍ଡର କୁ କେନ୍ଦ୍ର କରି ଗତ ୭ତାରିଖ ରାତିରେ ଘଟିଥିବା ବୋମାମାଡର ମୁଖ୍ୟ ଅଭିଯୁକ୍ତ ସହିତ ତାର ସହଯୋଗୀ ସଂଗ୍ରାମ ବିଶ୍ବାଳ ଓରଫ ପପୁଆକୁ ଗିରଫ କରିଛି ଜଗତସିଂହପୁର ପୋଲିସ। ମୁଖ୍ୟ ଅଭିଯୁକ୍ତ ହେଲେ ପାଣିଶାଳିଆ ଅଞ୍ଚଳର ଦିଗଦର୍ଶନ ବଳ(କାଳିଆ)। କାଳିଆ ନାଁରେ ପୂର୍ବରୁ ଜଗତସିଂହପୁର ଥାନାରେ  ଏକାଧିକ ମାମଲା ରହିଛି। ଏହି ଅବସରରେ ଜଗତସିଂହପୁର ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ଗତ ୭ତାରିଖରେ ଦେଶୀ ଓ ବିଦେଶୀ ମଦ ଦୋକାନ ପାଇଁ ଟେଣ୍ଡର ହୋଇଥିଲା। ତେବେ ବାଲିକୁଦା ମଦ ଦୋକାନ ପାଇଁ ଟେଣ୍ଡର ପାଇଥିବା ବିଶ୍ୱଜିତ ପୋଥାଳ ଙ୍କୁ ଅଭିଯୁକ୍ତ କାଳିଆ ଅଂଶୀଦାର ରଖିବା ପାଇଁ ଧମକ ଦେବା ସହିତ ବିଶ୍ୱଜିତ ଙ୍କ କୁକୁଡ଼ା ଦାନା ଦୋକାନ ଓ ହାଚେରୀ ଉପରେ ସ୍ବଳ୍ପ ସମୟ ବ୍ୟବଧାନରେ ବୋମା ମାଡ଼ କରିଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଏହି ଘଟଣାରେ ସିସିଟିଭି ଆଧାରରେ ପୋଲିସ ମୁଖ୍ୟ ଅଭିଯୁକ୍ତ କାଳିଆ ସମେତ ଏକ ସହଯୋଗୀ ପପୁଆକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ଗିରଫ କରିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ  , Odisha1.TV |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here