ଜନ୍ମିତ ବାପା ଦ୍ୱାରା ଚେଙ୍କ ଖାଇ ମେଡିକାଲରେ ଚିକିତ୍ସିତ ହେଉଥିବା ନାବାଳକକୁ ସାହାଯ୍ୟର ହାତ ବଢାଇଲା ସାଥିରେ ଫାଉଣ୍ଡେସନ ।

କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ବର୍ଣ୍ଣ ୱାର୍ଡ଼ରେ ଦୀର୍ଘ ୪ଦିନଧରି ନିଜ ଜନ୍ମିତ ବାପା ଦ୍ୱାରା ଗରମ ଲୁହା ରଡରେ ଚେଙ୍କ ଖାଇ ଜୀବନ ମୃର୍ତ ସହିତ ସଂଗ୍ରାମ କରୁଥିବା ୧୭ବର୍ଷର ନାବାଳକକୁ ସାହାଯ୍ୟର ହାତ ବଢାଇଲା ସାଥିରେ ପତ୍ରିକା ଫାଉଣ୍ଡେସନ ଆଣ୍ଡ୍ ଚାରିଟେବୁଲ ଟ୍ରଷ୍ଟ । ଆଜି କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଠାରେ ସାଥିରେ ପତ୍ରିକା ଆଣ୍ଡ୍ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାସଙ୍କ ନେତୃତ୍ୱରେ ସମାଜସେବୀ ରିନାରାଣୀ ଦାସ, ନମିତା ଜେନା, ପଦ୍ମାଳୟା ନାୟକ, ଶ୍ମିତାଞଳି ମହାପାତ୍ର ଏବଂ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସ୍ୱର୍ଣ୍ଣଲତା ସ୍ୱାଇଁ, ମିତାଲି ବିଶ୍ୱାଳ, ସଶ୍ମିତା ମହାନ୍ତି,ପୁଷ୍ପାଞଳୀ ଦାସ ଓ ଅନିତା ମହାନ୍ତି ପ୍ରମୁଖ ଏକ ସ୍ୱତନ୍ତ୍ର ଟିମ୍ ଭେଟି ଉକ୍ତ ନାବାଳକର ଚିକିତ୍ସା ସମ୍ବନ୍ଧୀୟ ଭଲମନ୍ଦ କଥା ପଚାରି ବୁଝିବା ସହିତ କିଛି ଫଳ ଓ ବିସ୍କୁଟ୍ ପ୍ରଦାନ କରିବା ପରେ ପରେ ତାର ଖାଇବା ବା ମେଡିସିନ୍ ଖର୍ଚ୍ଚ ବାବଦକୁ କିଛି ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here