ଆଦିବାସୀଙ୍କୁ ଜୀବିକା ଯୋଗାଉଛି ମହୁଲ ଫୁଲ, ନବରଙ୍ଗପୁର ଜିଲା |

ଡାବୁଗାଁ, ୯/୪ ନବରଙ୍ଗପୁର ଜିଲା  ର ଅଧିକାଂଶ ଆଦିବାସୀ ଅଧୁସିତ ଅଞ୍ଚଳରେ ବଞ୍ଚିବାର ବଡ ମାଧ୍ୟମ ହେଇଛି ମହୁଲ ଫୁଲ । ମହୁଲ ଫୁଲ ସଂଗ୍ରହ କରି ପରିବାର ପୋଷଣ ପାଇଁ ବେଶ ଦୁଇ ପଇସା ଅର୍ଜନ କରିବାର  ସମୟ ଆସିଛି ଏବେ । ଜିଲା ର ଡାବୁଗାଁ ବ୍ଲକର ବିଭିନ୍ନ ଆଦିବାସୀ ବହୁଳ ଗ୍ରାମରେ ମହୁଲ ଫୁଲ ସଂଗ୍ରହ କରି ତାକୁ ଶୁଖାଇ ବହୁ ପରିଶ୍ରମ କଲାପରେ ବି ସ୍ୱଳ୍ପ ମୂଲ୍ୟ ରେ ବିକ୍ରୀ କରି ଗୁଜୁରାଣ ମେଣ୍ଟାଇ ନିଅନ୍ତି ଆଦିବାସୀ ଵର୍ଗ ର ଅନେକ ପରିବାର । ପରିଶ୍ରମର ଉଚିତ ମୂଲ୍ୟ ନ ପାଇ ମଧ୍ୟ ସେମାନେ ବେଶ ଖୁସି ଏ ଧରଣୀ ମାଁର ଏହି ବାରଦାନ । ଭୋର ସକାଳୁ ନିଜ ପରିବାର ସହ ଜଙ୍ଗଲ ଜନ୍ତୁର ଭୟ କୁ ଆଡେଇ ଦେଇ, ମାଣ୍ଡିଆ ଜାଉ ବା ଆଦିବାସୀ ଭାଷାରେ (ମାଣ୍ଡିଆ ପେଜ) ଭଳି ଖାଦ୍ୟ କୁ ଵୋତୋଲ ରେ ଭରି ଜଙ୍ଗଲ ର ମହୁଲ ଗଛ ତଳେ ପଡିଥିବା ମହୁଲ ଫୁଲ କୁ ସଂଗ୍ରହ କରିବାରେ  ଲାଗିପଡନ୍ତି | ଦୁଇ ପଇସା ରୋଜଗାର ପାଇଁ ତ କେତେବେଳେ ବର୍ଷ ଯାକର ଖାଇବା ଲୁଣ ପାଇଁ ବି ମହୁଲ ବଦଳ ରେ ଲୁଣ ନିଅନ୍ତି ପରିବାର ପାଇଁ । ହେଲେ ପ୍ରାୟ ସମୟରେ ଠକେଇରେ ପଡିଯାଇଥାନ୍ତି ଏଇ ନିରୀହ ଆଦିବାସୀ ମାନେ ବିଭିନ୍ନ ବ୍ୟବସାୟୀ, ସାହୁକାର ମାନଙ୍କ ହାତରେ ପଡି କମ ମୂଲ୍ୟ ରେ ବିକ୍ରି କରିବାକୁ ବାଧ୍ୟ ହୋଇଥାନ୍ତି । ଆଦିବାସୀ ଭାଇ ମାନଙ୍କ ସରଳତାର ଭରପୁର ଲାଭ ଉଠାନ୍ତି ବ୍ୟବସାୟୀ ଓ ମଦ ଭାଟି ମାଲିକ ମାନେ । ସରକାରୀ ବ୍ୟବସ୍ଥା ରେ ପ୍ରତ୍ୟକ ପଞ୍ଚାୟତ ଗୁଡିକରେ ମହୁଲ ଫୁଲ ର ମୂଲ୍ୟ ଧାର୍ଯ୍ୟ ହୋଇ ଚିଠା ପହଞ୍ଚିବାକୁ କୁ ଦୁଇ ରୁ ତିନି ମାସ ସମୟ ଲାଗେ । ହେଲେ ଦୁଇ ତିନି ମାସ ସମୟ ଯାଏ ଗଛିତ କରି ମହୁଲ ଫୁଲ ବିକିବାକୁ ଆଦିବାସୀଙ୍କ ପାଖରେ ନା ସମ୍ବଳ ଅଛି ନା ସ୍ଥାନ । ଭୋକିଲା ପେଟ ପାଇଁ ଅନ୍ୟାନ୍ୟ ମାଧ୍ୟମ ନ ଥାଇ ସେମାନେ ବାଧ୍ୟ ହୋଇ, ସଂଗୃହିତ ମହୁଲ ଗୁଡିକ ଟେକି ଦିଅନ୍ତି ମହାଜନୀ ବା ବ୍ୟବସାୟୀ ମାନଙ୍କ ହାତକୁ । ମହୁଲ ଫୁଲ ଓ ଆଦିବାସୀ ର ସଂପର୍କ ବହୁ ପୁରାତନ । ପ୍ରକୃତି ମାଆ ଠୁ ପାଉଥିବା ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ନିଜେ ପାରିଶ୍ରମିକ ନ ପାଇ ମଧ୍ୟ ଅନ୍ୟ ମାନକୁ ବେଶ ରୋଜଗାରୀ କରି ମାଲାମାଲ କରିଥାନ୍ତି ଏହି ଆଦିବାସୀ ଭାଇ ମାନେ । ସରକାରୀ କଳ ଯଦି ଏ ମାନଙ୍କ ପାଇଁ ଧ୍ୟାନ ଦେଇ ଜଙ୍ଗଲ ଜାତ ଦ୍ରବ୍ୟ ଗୁଡିକର ଉପଯୁକ୍ତ ମୂଲ୍ୟ ନିର୍ଧାରଣ କରି ସାଧାରଣ ରେ ମୂଲ୍ୟ ଗୁଡିକର ବଣ୍ଟନ କରନ୍ତି ତେବେ ଆଦିବାସୀ ଭାଇ ମାନେ ଆହୁରି ଅଧିକ ଦୁଇ ପଇସା ପାଇ ପାରି ଥାନ୍ତେ ।  ସରକାରଙ୍କ ତରଫରୁ ଆଦିବାସୀ ଙ୍କ ଠାରୁ ସିଧାସଳଖ ମହୁଲ ଫୁଲ କ୍ରୟ କରାଯାଏ ତେବେ ଆଦିବାସୀ ମାନେ ତାର ଉଚିତ ମୂଲ୍ୟ ପାଇପାରନ୍ତେ | 

                                                                                            

ନବରଙ୍ଗପୁର ଜିଲା ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here