ଶ୍ରୀ ଶିରୁଳି ମହାବୀର ମନ୍ଦିରରେ ମହାବିଷୁବ ପଣା ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ପାଳନ ଅବସରରେ ମନ୍ଦିର ପରିସରରେ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି।

କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଶ୍ରୀ ଶିରୁଳି ମହାବୀର ମନ୍ଦିରରେ ମହାବିଷୁବ ପଣା ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ପାଳନ ଅବସରରେ ମନ୍ଦିର ପରିସରରେ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯିବା ସହ ୧୪୪ ଧାରା ଜାରି କରାଯାଇଛି । ଏହି କଟକଣା ଆସନ୍ତା ୧୪ ତାରିଖ ସକାଳ ୪ ଘଟିକା ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ସେହିଭଳି ରାମ ନବମୀ ପାଳନ ଅବସରରେ ଆସନ୍ତା ୨୧ ତାରିଖ ସକାଳ ୪ ଘଟିକା ଠାରୁ ରାତି ୯ ଘଟିକା ପର୍ଯ୍ୟନ୍ତ ଏହି କଟକଣା ଜାରି କରାଯାଇଛି ।

ମାତ୍ର ଠାକୁରଙ୍କ ନୀତିକାନ୍ତି ବିଧି ମୁତାବକ ଚାଲୁ ରହିବ । ପ୍ରତ୍ୟେକ ଠାକୁରଙ୍କୁ ନେବା ଆଣିବା ତଥା ମେଳଣ ନିମନ୍ତେ ମାତ୍ର ୧୦ ଜଣ ବ୍ୟକ୍ତି ନିୟୋଜିତ ରହିବେ । ସ୍ଥାନୀୟ ଚନ୍ଦନପୁର ଥାନାଧିକାରୀଙ୍କ ସହ ପରାମର୍ଶ କରି ମନ୍ଦିର କମିଟି ପକ୍ଷରୁ ସଂପୃକ୍ତ ସେବାୟତ ଓ ସହଯୋଗୀ ମାନଙ୍କୁ ପ୍ରବେଶାନୁମତି ପତ୍ର ପ୍ରଦାନ କରାଯିବ । ସେହିଭଳି କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଦେଉଳପଡାସ୍ଥିତ କମଳେଶ୍ବର ମନ୍ଦିର ପରିସରରେ ମହାବିଷୁବ ପଣା ସଂକ୍ରାନ୍ତି ଓ ପଣା ଯାତ୍ରା ପାଳନ ଅବସରରେ ଜନ ସମାଗମ ଉପରେ ମଧ୍ୟ ୧୪୪ ଧାରା ଯାରି କରାଯାଇଛି । ଆସନ୍ତା ୧୩ ତାରିଖ ସକାଳ ୬ ଘଟିକା ଠାରୁ ୧୬ ତାରିଖ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ କଟକଣା ଯାରି ରହିବ । ମାତ୍ର ଠାକୁରଙ୍କ ବିଧିମୁତାବକ ପୂଜାର୍ଚ୍ଚନା ଚାଲିବ । ପ୍ରତ୍ୟେକ ଠାକୁରଙ୍କୁ ନେବା ଆଣିବା ତଥା ମେଳଣ ନିମନ୍ତେ ମାତ୍ର ୧୦ ଜଣ ବ୍ୟକ୍ତି ନିୟୋଜିତ ରହିବେ । ସ୍ଥାନୀୟ କୃଷ୍ଣପ୍ରସାଦ ତହସିଲଦାରଙ୍କ ପକ୍ଷରୁ ସଂପୃକ୍ତ ସେବାୟତ ଓ ସହଯୋଗୀ ମାନଙ୍କୁ ପ୍ରବେଶାନୁମତି ପତ୍ର ପ୍ରଦାନ କରାଯିବ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ବୃଦ୍ଧି ପାଉଥିବା କାରଣରୁ ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଏହି କଟକଣା ଯାରି କରିଛନ୍ତି । ମାତ୍ର ଉଭୟ ସ୍ଥାନରେ ଉକ୍ତଦିନ ଗୁଡିକରେ ସାଧାରଣ ଜରୁରୀକାଳୀନ ସେବା ଚାଲୁ ରହିବ । କର୍ତ୍ତବ୍ୟପାଳନ ନିମନ୍ତେ ନିୟୋଜିତ ଅଧିକାରୀ ଓ କର୍ମଚାରୀ, ଖବର ପ୍ରସାରଣ ନିମନ୍ତେ ସ୍ଥାନୀୟ ସାମ୍ବାଦିକ ମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here