ଲାଇସେନସ ପାଇଁ ଆରଟିଓ ଅଫିସକୁ ଆସି ଦୃର୍ଘଟଣାରେ ବାପର ମୃର୍ତ୍ୟୁ , କେନ୍ଦ୍ରାପଡା ।

ଆଜି ଏପରି ଏକ ହୃଦୟ ବିଦାରକ ଏବଂ ଦୁଃଖଦ ପୂର୍ଣ୍ଣ ଘଟଣା କେନ୍ଦ୍ରାପଡା ଦୁହୁରିଆ ସ୍ଥିତ ଆରଟିଓ ଅଫିସ୍ ସମ୍ମୁଖରେ ଘଟିଥିବା ଦେଖିବାକୁ ମିଳିଛି । ଖବର ନେବାରୁ ଯାହା ଜଣାପଡିଛି ଯେ-ମହାକାଳପଡା ବ୍ଲକ୍ ଅନ୍ତର୍ଗତ କେନ୍ତିଆ ଗ୍ରାମରୁ ଭରତ ଚନ୍ଦ୍ର ପରିଡା ନାମକ ଜୈନିକ ୫୦ ବର୍ଷିଆ ବ୍ୟକ୍ତି ତାଙ୍କ ପୁଅ ସହିତ ଏକ ବାଇକ୍ ଯୋଗେ ଭରତ ତାଙ୍କ ଲାଇସେନସ ନେବାପାଇଁ ଆସିଥିବା ବେଳେ ଆରଟିଓ ଅଫିସ ସମ୍ମୁଖରେ ଛିଡା ହୋଇଥିବା ସମୟରେ ପାରାଦୀପ୍ ପଟୁ ଚଣ୍ଡିଖୋଲ୍ ଅଭିମୂଖେ ଯାଉଥିବା ଏକ ଦୂର୍ତଗାମି ହାଇୱା ଟ୍ରାକ୍ ସିଧା ସଳଖ ପଛପଟୁ ଖୁବ୍ ଯୋରରେ ଧକାଦେଇ ଫେରା ହୋଇଯିବା ପରେ ଘଟଣା ସ୍ଥଳରେ ହିଁ ଭରତଙ୍କର ମୃର୍ତ୍ୟୁ ହୋଇ ଯାଇଥିଲା।  ଭରତକୁ ସଂଗେ ସଂଗେ ୧୦୮ ଆମ୍ବୁଲାନସ ଯୋଗେ କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଅଣାଯିବା ପରେ ବିଭାଗୀୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯାହା ସୂଚନା ମିଳିଛି ଭରତଙ୍କ ସାଂଗରେ ଆସିଥିବା ପୁଅ ସୁସ୍ଥ ରହିଛନ୍ତି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  । ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here