ଆଳି ପୋଲିସ୍ ବିରୋଧରେ ଆରକ୍ଷୀ ଅଧିକ୍ଷକଙ୍କୁ ଅଭିଯୋଗ, କେନ୍ଦ୍ରାପଡା |

ଆଜି କେନ୍ଦ୍ରାପଡା ଆଳି ବ୍ଲକ୍ ଅନ୍ତର୍ଗତ ଲୋକାପଡା ଗ୍ରାମର କୃଷ୍ଣଚନ୍ଦ୍ର ବେହେରା ଏବଂ ତାଙ୍କ ପତ୍ନୀଙ୍କ ସହିତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ମଦକର ସମ୍ବିତ୍ ସମ୍ପତଙ୍କୁ ସଂନ୍ଧ୍ଯା ୫ଘଟିକା ସମୟରେ ତାଙ୍କ ଜଜାଂଗ ସ୍ଥିତ ମୂଖ୍ୟ କାର୍ଯ୍ୟାଳୟ ପରିସରରେ ଭେଟି ଏକ ଲିଖିତ ଅଭିଯୋଗ ପତ୍ର ଦ୍ୱାରା ଜଣାଇଛନ୍ତି ଯେ- ଆଜକୁ ଠିକ୍ ୨୪ ଦିନତଳେ ତାଙ୍କ ପଡୋଶୀ ଭାୟା ଜମିବାରି ବିବାଦକୁ କେନ୍ଦ୍ରକରି ରାଗରେ ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ମଧ୍ୟ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ ମାରିବା ସହିତ ମରଣାତ୍ମକ ଆକ୍ରମଣ ମଧ୍ୟ କରିଥିଲେ  । ମାଡ ମାରିବାର କାରଣ ହେଉଛି ତାଙ୍କର ଯେଉଁ ବିବାଦୀୟ ଜମି ଉପରେ କୋର୍ଟ କେସ୍ ଚାଲିଛି ସେହି ଜମି ଉପରେ ଇଞେକସନ୍ ସୁଟ୍ କରାଯାଇ ୧୪୪ ଜାରୀ କରା ଯାଇଥିଲେ ମଧ୍ୟ ଯୋର ଜବରଦସ୍ତ ଉକ୍ତ ଜାଗା ଉପରେ ଏକ ଘର ନିର୍ମାଣ କରାଯିବାରୁ ଏମାନେ ତାହାକୁ ବିରୋଧ କରିଥିଲେ । ଯାହା ଫଳରେ ଏମାନେ ମରଣାତ୍ମକ ଆକ୍ରମଣର ଶୀକାର ହୋଇଥିଲେ । ଏବିଷୟରେ ଆଳି ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରାଯିବା ପରେ ମଧ୍ୟ କୌଣସି ସୁଫଳ ନମିଳିବା ବା ପଦକ୍ଷେପ ଗ୍ରହଣ ନକରାଯିବାରୁ ଆଳି ଥାନାକୁ ପନ୍ନରାୟ ଅଭିଯୋଗ କାରି ଅନ୍ୟ ଏକ ଏତଲା ନେଇ ଯାଇଥିଲେ ହେଲେ ଆଳିଥାନାର ଏସ ଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀ ନାମକ ବ୍ୟକ୍ତି ଏବଂ ଅନ୍ୟ ଜଣେ ମହିଳା ଷ୍ଟାଫ୍ ୟାଡେ କୁଆଡେ ଆସିଛ କହି ତାଙ୍କ ଏତଲା କପିକୁ ଚିରି ଫୋପାଡି ଦେବା ସହିତ ଥାନା ପରିସରରୁ କୁଆଡେ ଧକାମାରି ବାହାର କରିଦେଇଥିଲେ । ଯାହା ଫଳରେ ଆଜି ଏସପିଙ୍କ ପାଖକୁ ଦେଖାକରି ନ୍ୟାୟ ପାଇବା ଆଶାରେ ଏସପିଙ୍କୁ ଦେଖା କରିବାକୁ ଆସିଥିଲେ । ଏସପି ମହୋଦ୍ୱୟ ମଧ୍ୟ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଆଳି ଥାନା ଅଧିକାରୀଙ୍କୁ ଟେଲି ଫୋନ୍ ଯୋଗ ଜଣାଇ ଥିବା କହିଛନ୍ତି ଅଭିଯୋଗକାରୀ । ତେବେ ଆସନ୍ତୁ ସିଧାସଳଖ ଶୁଣିବା ଗଣମାଧ୍ୟମ ଆଗରେ କଣ ଓ କି ପ୍ରକାର ପ୍ରତିକ୍ରିୟା ରଖୁଛନ୍ତି ଅଭିଯୋଗ କାରୀଙ୍କ ସହିତ ତାଙ୍କ ପତ୍ନୀ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  । ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here