ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତିବାଦରେ ପୁରୀ ସହର କଂଗ୍ରେସ କମିଟିରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଦେଲେ ସ୍ମାରକପତ୍ର।

ପୁରୀ ସହର କଂଗ୍ରେସ କମିଟି ତରଫରୁ ଟାଟା କମ୍ପାନୀର ବିଦ୍ୟୁତ ଦର ପ୍ରତିବାଦ ରେ VIP ROAD ନିକଟସ୍ଥ ଜିଲ୍ଲା କଂଗ୍ରେସ ଦଳ କାର୍ଯ୍ୟାଳୟ ରୁ ଦଳୀୟ ସମସ୍ତ ଜିଲ୍ଲା ନେତୃବୃନ୍ଦ ଓ ଯୁବ ଛାତ୍ର, ମହିଳା ନେତା ଓ ନେତ୍ରୀ ମାନେ ଦଳୀୟ କାର୍ଯ୍ୟାଳୟ ଠାରେ ଏକାଠି ହୋଇ ଏକ ବାଇକ ରାଲି କରି VIP ROAD ଠାରୁ RED CROSS ROAD ବିଦ୍ୟୁତ ମୁଖ୍ୟକର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ।ସେଠାରେ ଦଳୀୟ ନେତା ଓ କର୍ମୀ ମାନେ ସ୍ଲୋଗାନ ଦେଉଥିଲେ ଟାଟା କମ୍ପାନୀ ହଟାଅ ଚଢା ଦରରେ ବିଦ୍ୟୁତ ଅର୍ଥ ଆଦାୟ ହେଉଥିବା ଜନତାଙ୍କ ଠାରୁ ବନ୍ଦ କର, industries,hotel ମାନଙ୍କର ଉପରେ ଥିବା ବାକି ଅର୍ଥ ଆଦାୟ ନକରି ଗରିବ ମାରଣ ନୀତି ବନ୍ଦ କର ଟାଟା କମ୍ପାନୀ ନୀତି ଉଛେଦ କର ଏଭଳି ସ୍ଲୋଗାନ ମାନ ଦିଆଯାଉଥିଲା।ଏହା ପରେ ପରେ ବିଦ୍ୟୁତ ବିଭାଗ ର ମୁଖ୍ୟ ପରିଚାଳକଙ୍କୁ ରାଜ୍ୟପାଳ ଉଦେଶ୍ୟ ରେ ଟାଟା କମ୍ପାନୀର ମନମୁଖୀ କାର୍ଯ୍ୟ କୁ ବିରୋଧ କରି ଦଳ ତରଫରୁ ସ୍ମାରକପତ୍ର ଦିଆ ଯାଇଥିଲା।ଏହି ସ୍ମାରକ ମୁଖ୍ୟ ପରିଚାରକ ଗ୍ରହଣ କରିଥିଲେ।ଏହି ପ୍ରତିବାଦରେ ବିନାୟକ ଦାସ ମହାପାତ୍ର, ବିଦ୍ୟୁତଲତା ଆଚାର୍ଯ୍ୟ,ସ୍ବାଧୀନ କୁମାର ପଣ୍ଡା, ନିରଂଜନ ରଥ, ରାଜେଶ କୁମାର ମିଶ୍ର, ଆଲୋକ ଦାସ, ଦାମୋଦର ମହାସୁଆର,ପୁଷ୍କର ମହାପାତ୍ର,ସୁକାନ୍ତ ପ୍ରଧାନ, ବିରେନ୍ଦ୍ର ଭୂଷଣ ହୋତା ପ୍ରମୁଖ ଉପସ୍ଥିତ ଥିଲେ।ଆସନ୍ତୁ ଶୁଣିବା ମୁଖ୍ୟ କଂଗ୍ରେସ ଦଳ ର ନେତା ଓ ନେତ୍ରୀ ଙ୍କ ଠାରୁ ମତ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here