ନସିଡିପୁର ଗ୍ରାମ ନିକଟରେ ବିଟି ଆଣ୍ଡ୍ ସିଟି ବସ୍ ଦୃଘଟ୍ଟଣାରେ ଜୈନିକ ଯୁବକ ଗୁରୁତର ଆହତ , କେନ୍ଦ୍ରାପଡା ।

ଆଜି ସଂନ୍ଧ୍ଯା ୬ଘଟିକା ସମୟରେ କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ନସିଡିପୁର ସ୍ଥିତ କେନାଲ କଡ ଚିକେନ କାଉଣ୍ଟର ସମ୍ମୁଖରେ ବିଟି ଆଣ୍ଡ୍ ସିଟି ନାମକ ଏକ ଯାତ୍ରୀବାହୀ ବସରେ ହେଲପର ଭାବେ କାର୍ଯ୍ୟ କରୁଥିବା ଜୈନିକ ଯୁବକ ହଠାତ୍ କୌଣସି କାରଣ ବଶତଃ ବସରୁ ତଳକୁ ଖସିପଡିବାରୁ ଉକ୍ତ ବସର ପଛ ଚକାଦ୍ୱୟ ଯୁବକଙ୍କ ଗୋଡ ଉପରେ ଚଢି ଯିବାରୁ ଘଟଣା ସ୍ଥଳରେ ଯୁବକଙ୍କ ଅବସ୍ଥା ଅତ୍ୟନ୍ତ ସୋଚନୀୟ ବା ଗୁରୁତ୍ୱର ହୋଇ ପଡିଥିଲା । ୧୦୮ ଆମ୍ବୁଲାନସ୍ ନପହଞ୍ଚି ପାରିବାରୁ ଏକ ବାଇକ୍ ଯୋଗ ଉକ୍ତ ଦୃର୍ଘଟଣା ଗ୍ରସ୍ଥ ଯୁବକକୁ  ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ନିଆଯାଇ ଚିକିତ୍ସା କରାଯିବା ପରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here