ଏକ ଜୈନିକ ମହିଳାଙ୍କ ସମେତ ନାବାଳିକା ଝିଅକୁ ମଧ୍ୟ ମାଡ ଗାଳି ସହିତ ଅତ୍ୟାଚାର କରିବାକୁ ଉଦ୍ୟମ ।

ଆଜି କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଶ୍ୟାମସୁନ୍ଦର ଗ୍ରାମପଞ୍ଚାୟତର ମରଡପୁର ଗ୍ରାମର ଗୋପାଳ ଚନ୍ଦ୍ର ମଲ୍ଲିକଙ୍କ ଏକ ନାବାଳିକା ୧୬ ବର୍ଷର ଝିଅ ଘର ନିକଟସ୍ଥ ଟିୱେଲକୁ ପାଣିପାଇଁ ଯାଇଥିବା ବେଳେ ସେହି ଗ୍ରାମର ରମେଶ ମଳିକର ଝିଅ ସହିତ ଚପଲ ପିନ୍ଧିବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ରମେଶ ମଳିକ ସେଠାରେ ପହଞ୍ଚି ଉକ୍ତ ନାଁବାଳିକାକୁ ଅଶୀଳ ଭାଷାରେ ଗାଳିଗୁଲଜ କରିବା ସହିତ ତଳେ ପକାଇ ମାଡମାରିବା ସହିତ ଉକ୍ତ ନାଁବାଳିକାର “ମା” ଏବଂ ବାପ କାହିଁକି ଆମ ଝିଅକୁ ମାଡ ମାରୁଛ ବୋଲି ପଚାରିବାରୁ ରମେଶ ମଳିକ ସହିତ ତାର ସ୍ତ୍ରୀ ସତିଆନନ୍ଦ ମଳିକ ମଧ୍ୟ ମିଳିତ ଭାବେ ମାଡମାରି ନାବାଳିକାର “ମା” ଭାରତୀ ମଲ୍ଲିକଙ୍କ  ହାତ ଏକ ଠେଙ୍ଗାରେ ଖୁବ୍ ଯୋରରେ ବାଡେଇ ଭାଗିଂ ଦେବା ସହିତ ନା ବାଳିକାର ଆଙ୍ଗୁଠିକୁ ମଧ୍ୟ କାମୁଡି ଛିଡାଇ ଦେଇଥିବା ଜଣାପଡିଛି । ଏପଟେ ଭାରତୀ ମଲ୍ଲିକ ତାଙ୍କ ନାବାଳିକା ଝିଅଙ୍କ ସହିତ ନ୍ଯାୟ ପାଇଁ ସଦର ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ସଦର ଥାନା ପୋଲିସ ଉକ୍ତ ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଇ ଅଭିଯୋଗ କାରିଣୀଙ୍କ ଡାକ୍ତରୀ ମୟିନା କରିବା ପରେ ଅଭିଯୁକ୍ତ ରମେଶ ମଳିକ ଏବଂ ତାଙ୍କ ପତ୍ନୀ ସତ୍ୟଭାମା ମଳିକଙ୍କ ନାମରେ ଏକ ମକଦମା ରୁଜୁ କରିବା ସହିତ ତଦନ୍ତ ଜାରୀ ରଖିଥିବା ସଦରଥାନା ଅଧିକାରୀ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ପୋଲିସ ସୂତ୍ରରୁ ଖବର ନେବାରୁ ଜଣାପଡିଛି ଯେ-ପ୍ରକୃର୍ତରେ ରମେଶ ମଲ୍ଲିକ୍ ଜଣେ ଦୃର୍ଦାନ୍ତ ଏବଂ ଦୃଷ୍ଟ ଚରିତ୍ରର ଲୋକ । ଏହି ଭଳି ତାଙ୍କ ନାମରେ ଏବଂ ତାଙ୍କ ପତ୍ନୀଙ୍କ ନାମରେ ଆଗରୁ ବହୁ ଗଣ୍ଡଗୋଳ ଏବଂ ଦାଦାଗିରି କେସ୍ ମାନ ମଧ୍ୟ ରହିଥିବା ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here