ଜୟପୁରା ମୌଦୀନ ନଗରଠାରେ ଧୂପ, ଦୀପ, ପାମ୍ପଡ ସହିତ ଫିନାଇଲ୍ ଟ୍ରେନିଂ ପ୍ରଦାନ , କେନ୍ଦ୍ରାପଡା ।

ଆଜି କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ଜୟପୁରା ମୌଦୀନ ନଗର ୱାର୍ଡ଼ -ନଂ-୧୨ଠାରେ ଆଲିଆ ଓ ସୂରଜ ସ୍ୱୟଂ ସହାୟକ ଗୋଷ୍ଠୀର ମିଳିତ ଉଦ୍ୟମ କ୍ରମେ “ମା” ପାର୍ବତୀ ଓ ରାବିୟା ବିସ୍ରି, ମକା ମଦୀନ୍, ଦରଗା ସରିଫ୍ ପ୍ରଭୃର୍ତି ପ୍ରାୟ ୪ଟି ସ୍ୱୟଂ ସହାୟକ ଗୋଷ୍ଠୀର ପାଖା ପାଖି ୫୦ ଜଣରୁ ଉର୍ଦ୍ଧ ସଦସ୍ୟା ବା ମେମ୍ବର ମାନଙ୍କୁ ନେଇ ଟ୍ରେନର୍ ମୁନି ବିବି, ସୁପରଭାଇଜର୍ ସୋନି ବିବି ଓ ଆସିଆ ବିବିଙ୍କ ମାଧ୍ୟମରେ ଧୂପ, ଦୀପ, ଫିନାଇଲ୍,ଉଜାଲା ସହିତ ପାମ୍ପଡ, ବିଞ୍ଚଣା,ଟମାଟୋ ସସ୍ ଏବଂ କାଶ ଓ ଗ୍ୟାସ୍ ପାଇଁ ଏକ ପ୍ରକାର ଆୟୁର୍ବେଦିକ ଔଷଧ ମଧ୍ୟ ଉକ୍ତ ସଂସ୍ଥା ଦ୍ବାରା ତିଆରି ପ୍ରମାଣି ଜରିଆରେ ମହିଳା ମାନଙ୍କୁ ଶିକ୍ଷା ପ୍ରଦାନ କରାଯିବା ସହିତ, କିପରି ସେମାନେ ନିଜକୁ ନିଜେ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ପ୍ରତିଦିନ ୨ ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଟ୍ରେନିଂ ଦିଆଯାଉଛି । ଏହି ଶିକ୍ଷାଦାନ କାର୍ଯ୍ୟକ୍ରମରେ ରାଜିଆ ଖାତୁନ, ଆଶିଆ ବିବି, ନସୀମା ଅକ୍ତର, ଯସ୍ମିନ ବିବି, ନଜିମା ବିବି, ଫାରୁନ ବିବି, ରହିମା ବିବି, ସଲିମା ବିବି, କୁଦୁରତୁନ ବିବି, ହାଲିମା ବିବି, ରୋସ୍ନା ବିବି, ସ୍ୱଲେହା ବିବି, ନଜମା ବିବି ଓ ସ୍ୱଲେହା ଆଫ୍ରନ ପ୍ରମୁଖ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟା  ବା ମହିଳା କର୍ମୀ ମାନେ ତାଲିମ୍ ଗ୍ରହଣ କରିବା ସହିତ ବିଭିନ୍ନ ସାମଗ୍ରୀ ମାନ ତିଆରି ବିକ୍ରି କରିବା ସହିତ  ନିଜେ ଆତ୍ମ ନିର୍ଭରଶୀଳ ହେବାପାଇଁ ଚେଷ୍ଟା ଜାରି ରଖିଛନ୍ତି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here