ଜଗତସିଂହପୁର ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ସମାରୋହ-୨୦୨୧ଅନୁଷ୍ଠିତ

 ଜଗତସିଂହପୁର ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ- ୨୦୨୧ ସମାରୋହ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଜିଲାପାଳ ସଂଗ୍ରାମକେଶରୀ ମହାପାତ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ  ମୁଖ୍ୟଅତିଥି ଭାବେ ଜିଲା ପରିଷଦ ଅଧଖ୍ୟା ପ୍ରିୟଦର୍ଶିନୀ ବିଶ୍ଵାଳ, ମୁଖ୍ୟ ବକ୍ତା ଭାବେ ଉତ୍କଳ ବିଶ୍ଵବିଦ୍ୟାଳୟ ର ପ୍ରାକ୍ତନ ପ୍ରଫେସର ତଥା ଡିନ ସୂର୍ଯ୍ୟନାରାୟଣ ମିଶ୍ର, ସମ୍ମାନନୀୟ ଅତିଥିଭାବେ ଜଗତସିଂହପୁର ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି, ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ଜିଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର,ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୂ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଚିନ୍ମୟୀ ବିଶ୍ଵାଳ,ପ୍ରକଳ୍ପ ନିର୍ଦେଶକ ସରୋଜକାନ୍ତ ମିଶ୍ର, ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ଯୋଗଦେଇ ଓଡ଼ିଆ ଭାଷା ଭାଷୀ ଅଞ୍ଚଳକୁ ନେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ପୂର୍ବାହ୍ନ ରେ ସଦର ମହକୁମାରେ ଥିବା ବରପୁତ୍ର ମାନଙ୍କ ର ପ୍ରତିମୂର୍ତ୍ତି ରେ ମାଲ୍ୟର୍ପଣ କରାଯାଇଥିଲା।ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ପରିଚାଳନାରେ ଜିଲା ସୂଚନା ବିଭାଗର କର୍ମଚାରୀ ମାନେ ସହାୟତା କରିଥିଲେ |

 ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ Odisha1.TV |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here