ଜଗତସିଂହପୁର ରିଜର୍ଭ ପଡିଆ ଠାରେ ୮୬ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ।

ଜଗତସିଂହପୁର ପୋଲିସ ବିଭାଗ ପକ୍ଷରୁ ପୁନଙ୍ଗ ସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ୮୬ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ପୋଲିସ ରିଜର୍ଭ ପଡ଼ିଆରେ ଆୟୋଜିତ ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଜିଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ରଙ୍ଗରାଜ ଯୋଗଦେଇ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିବା ସହିତ କହିଥିଲେ ୧୯୩୬ ମସିହା ଏପ୍ରିଲ1ତାରିଖ ଦିନ ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିଥିଲା।ସେହିଦିନ ତଥା ଆଜିର ଦିବସରେ ଓଡିଶା ପୋଲିସ ବାହିନୀ ଗଠନ ହୋଇଥିଲା ଦୀର୍ଘ ୮୬ ବର୍ଷ ମଧ୍ୟରେ ପୋଲିସ ବାହିନୀ ନିଜର କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି।ଏପରିକି ପୋଲିସ ବାହିନୀର ବିଭିନ୍ନ ସଫଳ କାର୍ଯ୍ୟଧାରା  ସମ୍ପର୍କରେ ଆଲୋକପାତ କରିଥିଲେ ।ଆଜିର ପୋଲିସ ପ୍ରତିଷ୍ଠା ଦିବସରେ ମହାମହିମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତା ପଠନ କରିଥିଲେ।ଏହି ଅବସରରେ ଜିଲ୍ଲାରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ଆଧାର କରି ଏସ.ଆଇ ପ୍ରଶାନ୍ତ କୁମାର କାନୁନଗୋ, ଏ.ଏସ.ଆଇ   ଦେବେନ୍ଦ୍ର କୁମାର ସାହୁ,ଏପିଆର ହାବିଲଦାର ଶିବପ୍ରସାଦ ବାରିକ,ସ୍ପେଶାଲ ସ୍କ୍ୱାର୍ଡ କନେଷ୍ଟବଳ ପ୍ରବେଶ କୁମାର ମହାନ୍ତି, କନେଷ୍ଟବଳ ସଞ୍ଜୟ କୁମାର ବେହେରାଙ୍କୁ ଅର୍ଥ ରାଶି ପ୍ରଦାନ ପୁର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।ସେହିଭଳି କୋଭିଡ ସମୟରେ 5ଜଣ ପ୍ଲାଜମା ଦାନ କରି ଜଗତସିଂହପୁର ଜିଲ୍ଲାରେ ଉଦାହରଣ ସୃଷ୍ଟି କରିଥିବା ଏସ ଆଇ ରଘୁନାଥ ବେହେରା, କନେଷ୍ଟବଳ ଦୀପକ କୁମାର ଶତପଥୀ, ରାମଚନ୍ଦ୍ର ବିଶ୍ଵାଳ,ଭରତ କୁମାର ମଲ୍ଲିକ, ସୁବାଷ ଭୋଇ ଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଶ୍ୱନାଥ ମିଶ୍ର,ଏସ୍ଡିପିଓ ପ୍ରିୟରଞ୍ଜନ ଶତପଥୀ ତଥା ବରିଷ୍ଠ ପୋଲିସ ପଦାଧିକାରୀ ଯୋଗଦେଇ ଥିଲେ।ଏହି ସମସ୍ତ କାର୍ଯ୍ୟକୁ ରିଜର୍ଭ ଇନ୍ସପେକ୍ଟର ଦୁର୍ଯ୍ୟୋଧନ ବେହେରା ପରିଚାଳନା କରିଥିଲେ।।

ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋଟ Odisha1.TV |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here