ବାଣୀକ୍ଷେତ୍ର ସେଲଫି ଯୋନ ଓ ମିଉଜିକ ଫାଉଣ୍ଟେନ ଉଦଘାଟିତ, ଜଗତସିଂହପୁର ।

ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ଜଗତସିଂହପୁର ପୌର ପରିଷଦ ପକ୍ଷରୁ  ପୌର ପରିଷଦ ର ସୌନ୍ଦର୍ଯ୍ୟ କାରଣ ନିମନ୍ତେ ଦୁଇଟି ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି  ।ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟରେ ଏକ ବାଣୀକ୍ଷେତ୍ର  ସେଲଫି ଜୋନ ଓ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ସମ୍ମୁଖରେ ଏକ ମ୍ୟୁଜିକ ଫାଉଣ୍ଟେନ ଉଦଘାଟିତ ହୋଇଯାଇଛି ।ଏହି ଦୁଇଟି ପ୍ରକଳ୍ପକୁ ଜଗତସିଂହପୁର ବିଧାୟକତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ ମୁଦୁଲି,ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର,ପୌର ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟନାୟକ ପ୍ରମୁଖ ଯୋଗ ଦେଇ ଉଦ୍ଘାଟନ କରିଥିଲେ  ଏହି ଉଦ୍ଘାଟନୀ ଉତ୍ସବରେପୌର ପରିଷଦ ମେଡ଼ିକାଲ ଅଫିସର ଡ଼ଃ. ସରୋଜ ଷଡ଼ଙ୍ଗୀ, ପୌର ପରିଷଦ କନିଷ୍ଠ ଯନ୍ତ୍ରୀ ଦେବବ୍ରତ ମିଶ୍ର, ବିଜେଡି ନଗର ସଭାପତି ପ୍ରିୟବ୍ରତ ମହାପାତ୍ର, ପୂର୍ବତନ ନଗରପାଳ ମଧୁସୂଦନ ସାହୂ, ବରିଷ୍ଠ ଆଇନଜୀବୀ ଦୋଳଗୋବିନ୍ଦ ଦାଶ,  ଛାତ୍ର ବିଜେଡ଼ି ସଭାପତି ସମିତ ଲେଙ୍କା, ବିଜେଡି ଆଇଟି ସଂଯୋଜକ ରାତିରଞ୍ଜନ ବେହେରା,ଯୁବ ବିଜେଡ଼ି ନଗର ସାଧାରଣ ସମ୍ପାଦକ ପ୍ରମୋଦ ରାଉତ,ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ସରୋଜ ବିଶ୍ଵାଳ, ପ୍ରମୂଖ ପୌରପରିଷଦ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here