ପୃଥକ ଦୁର୍ଘଟଣାରେ ୧ ଗୁରୁତ୍ତର ୨ ଆହତ , ନବରଙ୍ଗପୁର ଜିଲା :

ଡାବୁଗାଁ, ୧/୪ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ୨ ଟି ସ୍ଥାନରେ ପୃଥକ ଦୁର୍ଘଟଣା ଘଟି ଜଣେ ଗୁରୁତ୍ତର ୨ ଜଣ ଆହତ ହୋଇଛନ୍ତି |ସୂଚନା ଯୋଗ୍ୟ :- ଡାବୁଗାଁ- ଉମରକୋଟ ରାଜ୍ୟ ରାଜପଥ-୩୯ ଉପରେ ଝରିଗୁଡା ଛକ ନିକଟରେ ଡାବୁଗାଁ ରୁ ଉମରକୋଟ ଅଭିମୁଖେ ଯାଉଥିବା ଏକ ମୋଟର ସାଇକେଲ ନଂ ଓଆର ୧୦ ଇ ୧୮୬୧ ଯୋଗେ ଭାରସାମ୍ୟ ହରାଇ ରାସ୍ତା କଡକୁ ପଡିଯାଇଥିଲେ | ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାବୁଗାଁ ଅଗ୍ନିସମ କେନ୍ଦ୍ର କୁ ଖବର ଦେଇଥିଲେ | ସଙ୍ଗେ ସଙ୍ଗେ ଡାବୁଗାଁ ଦମକଳ ଗାଡି ପହଞ୍ଚି ଆହତ ଜଣଙ୍କୁ ଆଣି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଆହତ ଜଣଙ୍କ ହେଲେ ଉମରକୋଟ ଥାନାଅଧୀନ ଖୁଟୁଗୁଡା ଗ୍ରାମର ନିଶିକାନ୍ତ ବିଶ୍ଵାସ (୨୩) ବୋଲି ଜଣାପଡିଛି | ତାଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି |  ସେହିପରି ଡାବୁଗାଁ ବ୍ଲକ ଅଧୀନ ଡ଼ଙ୍ଗରିଗୁଡା ଗ୍ରାମ ଛକ ନିକଟରେ ମୋଟର ସାଇକେଲ ଦୁର୍ଘଟଣା ଘଟି ୨ ଜଣ ଆହତ ହୋଇଛନ୍ତି | ସୂଚନାଯୋଗ୍ୟ:- କୋଷାଗୁମୁଡା ବ୍ଲକ ଅଧୀନ ଖୁନା ଗ୍ରାମର ବଳିଦେବ ହରିଜନ (୨୮) ଓ ତାଙ୍କ ମାଆ ରାଇମତି ହରିଜନ(୫୦) ନବରଙ୍ଗପୁର ରୁ ଡାବୁଗାଁ ଦେଇ ମୋଟର ସାଇକେଲ ନଂ ଓଡ଼ି ୨୪ ସି ୮୨୩୪ ଯୋଗେ ନିଜ ଘରକୁ ଫେରୁଥିଲେ | ହଠାତ ଡ଼ଙ୍ଗରିଗୁଡା ଛକ ନିକଟରେ ଏକ କୁକୁର ଗାଡି ଆଗକୁ ଆସିବାରୁ ଦୁର୍ଘଟଣା ଘଟିଥିଲା | ଫଳରେ    ବଳିଦେବ  ଓ ତାଙ୍କ ମାଆ ରାଇମତି ତଳେ ପଡି ଆହତ ହୋଇଥିଲେ | ତାଙ୍କୁ ଡାବୁଗାଁ ଦମକଳ ଗାଡି ଯୋଗେ ଡାବୁଗାଁ ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରିଥିଲେ |  ବର୍ତ୍ତମାନ ସମାନେ ଚିକିତ୍ସିତ ହେଉଛନ୍ତି

                                                                                                                                                                          

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା,Odisha1.TV |       

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here