କେନ୍ଦ୍ରାପଡା କୋର୍ଟ ପରିସରରେ ଓକିଲ ସଂଘ ପକ୍ଷରୁ ଉତ୍କଳ ଦିବସ ପାଳନ ।

ଆଜି ହେଉଛି ପବିତ୍ର ଉତ୍କଳ ଦିବସ  । ସମଗ୍ର ରାଜ୍ୟର ପୁରପଲ୍ଲୀ ଠାରୁ ଆରମ୍ଭ କରି ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ବହୁ ସରକାରୀ ଦପ୍ତର ଓ କାର୍ଯ୍ୟାଳୟ ମାନଙ୍କରେ ଏହି ଉତ୍କଳ ଦିବସକୁ ବହୁ ଉତ୍ସୁକତାର ସହିତ ପାଳନ କରାଯାଇଥାଏ । ଦେଶ ଭିତରେ ଭାରତ, ଆଉ ରାଜ୍ୟ ଭିତରେ ଓଡିଶା, ଭାଷା ଭିତରେ ଓଡିଆ ହେଉଛି ସବୁଠୁ ବଢିଆ, ସେଥିପାଇଁ ପରା ଆମେ ଗରବେ କହୁ ଆମେ ସମସ୍ତେ ହେଉଛୁ ଓଡିଆ ।  ଏହି ସଂଳାପ ବା ପଂକ୍ତିଟିକୁ ମନେ ରଖିବା ପାଇଁ ବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସେହି ଗୌରବ ଗାଥାକୁ ସର୍ବ ସମ୍ମୁଖରେ ଜନାର୍ଦ୍ରୁତ କରି ରଖିବା ବା ଉଜ୍ଜୀବିତ କରି ରଖିବା ପାଇଁ ଆଜି ଭଳି ପବିତ୍ର ଦିନରେ ଏହି ଦିବସକୁ ସମସ୍ତେ ବହୁ ଉତ୍ସୁକତାର ସହିତ ପାଳନ କରିଥାନ୍ତି । ସେହିଭଳି ଆଜି ମଧ୍ୟ କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ପକ୍ଷରୁ ଉତ୍କଳ ଦିବସକୁ ବହୁ ଉତ୍ସୁକତାର ସହିତ ଜିଲ୍ଲାପାଳଙ୍କ ଗ୍ରହଣରେ ବହୁ ଓକିଲ ମାନଙ୍କ ଯୋଗଦାନ ସହକାରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ମାନନୀୟ ଜିଲ୍ଲାପାଳ କେନ୍ଦ୍ରାପଡା ଶ୍ରୀଯୁକ୍ତ ଅମ୍ରିତ୍ ଋତୁରାଜ ପ୍ରଥମେ କୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୃର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଉତ୍କଳ ଦିବସ ପାଳନ ଉପଲକ୍ଷେ ତାଙ୍କର କେହିପଦ ବହୁମୂଲ୍ୟ ବକ୍ତବ୍ୟ ପ୍ରତିପାଦନ କରିବା ପରେ ପରେ ନବନିଯୁକ୍ତ ଓକିଲ ସଂଘର ସଭାପତି ଆଶୁତୋଷ ମହାନ୍ତି, ବରିଷ୍ଠ ଆଇନଜିବୀ ଦେବଦାସ ମହାନ୍ତି ଓ ଗଗନ ବିହାରୀ ଜେନା ଏବଂ ପ୍ରଦୀପ କୁମାର ଦାଶ, ଭୀମସେନ ଭୂୟାଁଙ୍କ ସମେତ ପୂର୍ବତନ ସଭାପତି ସ୍ୱରାଜରାଜ ସିଂ ପ୍ରମୁଖ ମଧୁବାବୁଙ୍କ ଉଦ୍ଧେଶ୍ୟରେ ନିଜ ନିଜର ବହୁ ମୂଲ୍ୟ ବକ୍ତବ୍ୟ ରିଖିଥିଲେ । ସେହିପରି ଓକିଲ ସଂଘର ନବ ନିଯୁକ୍ତ ଉପସଭାପତି ଜିତେନ୍ଦ୍ର ମହାନ୍ତି, ସମ୍ପାଦକ ସେକ୍ ଅଜିମୁଦ୍ଧିନ, ସଭ୍ୟ ସୁବାଷ ଚନ୍ଦ୍ର ରାଉତ, ସଭ୍ୟା ସୌଦାମିନୀ ଜେନା, ଯୁଗ୍ମ ସମ୍ପାଦକ ଅକ୍ଷୟ ସ୍ୱାଇଁ, ଲାଇବେରିଆନ୍ ସୁଧାଂଶୁ ଶେଖର ମହାପାତ୍ର, କୋଷାଧ୍ୟକ୍ଷ ନିରାକାର ପ୍ରଧାନ ଏବଂ ଅନ୍ୟାନ୍ୟ ବହୁ ଆଇଜିବୀ ଉପସ୍ଥିତ ରହି ମଧୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ସତକୋଟି ପ୍ରଣାମ ଜଣାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here