୧୨ ଦଫା ଦାବିରେ ଜଗତସିଂହପୁର ଜିଲ୍ଲା ଦଳିତ ବିକାଶ ପରିଷଦ ପକ୍ଷରୁ ଅଧିକାର ପଦଯାତ୍ରା। ଜଗତସିଂହପୁର

ଜଗତସିଂହପୁର: ଜାତୀୟ ଦଳିତ ଆଦିବାସୀ ମହାସଂଘ ନୂଆଦିଲ୍ଲୀ  ଓ ଓଡିଶା ଏବଂ ଦଳିତ ବିକାଶ ପରିଷଦ ଜଗତସିଂହପୁର ଜିଲ୍ଲା  ମିଳିତ ଆନୁକୂଲ୍ୟରେ ଜଗତସିଂହପୁର ଜିଲ୍ଲା ସଦରମହକୁମା ଠାରେ ୧୨ ଦଫା ଦାବୀ ନେଇ ଅଧିକାର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଦଳିତ ବିକାଶ ପରିଷଦର ସଭାପତି ଶଙ୍କର ଦାସଙ୍କ ନେତୃତ୍ବରେ ଏକ ଶୋଭଯାତ୍ରା ସିପି ଛକ ନିକଟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଂଚି ବିଖୋଭ ପ୍ରଦର୍ଶନ କରିଥିଲେ ।ଜଗତସିଂହପୁର ଜିଲ୍ଲାରେ ଭୂମୀହୀନ ମାନଙ୍କୁ ଚିହ୍ନଟ କରି ବସୁନ୍ଧରା ଯୋଜନାରେ ଜମି ପ୍ରଦାନ କରିବା,ଓଡିଶା ବସ୍ତିବାସିନ୍ଦା ଭୂମି ଅଧିକାର ଆଇନ-୨୦୧୭  ଅନୁଯାୟୀ ଘରଢ଼ିଅ ଯୋଗାଇ ଦିଆଯାଇଥିବା ବସ୍ତି ବାସିନ୍ଦାଙ୍କୁ ପକ୍କା ଘର ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ କରିବା,ସମ୍ବିଧାନ ଧାରା -୨୧(ଏ) ଅନୁଯାୟୀ ଜିଲ୍ଲାର ସମସ୍ତ ବେସରକାରୀ ଶିକ୍ଷାନୁଷ୍ଠାନ  ଗୁଡିକରେ ଅନୁସୂଚିତ ଜାତି ଓ ଜନଜାତି ପିଲାମାନଙ୍କୁ ପାଠ ପଢ଼ିବାର ସୁଯୋଗ ପ୍ରଦାନ କରିବା ,ବାଲିକୁଦା ତହସିଲରେ ଦୀର୍ଘ ୩ବର୍ଷ ହେବ ଆବେଦନ କରିଥିବା ୧୦୬ ଜଣ ଭୂମିହୀନ ମାନଙ୍କୁ ଘରଢି଼ଅ ପ୍ରଦାନ,ଗତ ୩ବର୍ଷ ହେବ ପଡିରହିଥିବା ଆନ୍ତଜାତି ବିବାହ ପୋତ୍ସାହନ ରାଶି ପ୍ରଦାନ ,ପାରାଦୀପ ଫସଫେଟ ସାର କାରଖାନା ରେ କାର୍ଯ୍ୟରତ ସମସ୍ତ ଅନୁସୂଚିତ ଜାତି ଜନଜାତି ବର୍ଗର କର୍ମଚାରୀ ମାନଙ୍କୁ ମହାମହିମ ରାଷ୍ଟ୍ରପତି ଙ୍କ ଚୁକ୍ତିନାମା ଓ ଓଡିଶା ଉଚ୍ଚନ୍ୟାୟଳୟ ଙ୍କ ନିର୍ଦେଶ ଅନୁସାରେ ସୁରକ୍ଷା ଦେବା ସହିତ ଖାଲି ପଡିଥିବା ପଦବୀ ଗୁଡିକ ତୁରନ୍ତ ପୂରଣ କରାଯିବା ଆଦି ୧୨ ଦଫା ଦାବି ନେଇ ଏହି ବିଖୋଭ ପ୍ରଦର୍ଶନ କରାଯାଇଥିଲା ।ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ଦାବି ଗୁଡିକ ବିଚାରକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି ।

ଶଙ୍କର ଦାସ(ସଭପତି,ଦଳିତ ବିକାଶ ପରିଷଦ,ଜଗତସିଂହପୁର
ଲିଟୁ ଦାସ(ରାଜ୍ୟ ସଭାପତି,ଜାତୀୟ ଦଳିତ ବିକାଶ ପରିଷଦ,ନୂଆଦିଲ୍ଲୀ

ଜଗତସିଂହପୁର ରୁ ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here