ଶିଶୁ ମୃତ୍ୟୁ କୁ ନେଇ ଡାକ୍ତରଖାନାରେ ଉତ୍ତେଜନା: ଡାବୁଗାଁ

ଡାବୁଗାଁ, ୧/୪ ନବରଙ୍ଗପୁର ଜିଲା ଡାବୁଗାଁ ଡାକ୍ତରଖାନାରେ ଶିଶୁ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ଦେଖାଦେଇଥିଲା | ଡାକ୍ତର ଗୁଗୁଲୁରୁ ସର୍ଚ୍ଚ କରି  ଇଞ୍ଜେକ୍ସନ ଦେଇଥିବା ଶିଶୁର ପରିବାର ଲୋକେ ଅଭିଯୋଗ କରିଛନ୍ତି | ଘଟଣାର ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି | ଏହାକୁ ନେଇ ବୁଧବାର ମଧ୍ୟାନ୍ନରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାପା ଉତ୍ତେଜନାଦେଖାଦେଇଥିଲା | ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ନୀଳାନ୍ଦ୍ରୀଗୁଡା ଗାଁର ପ୍ରଶାନ୍ତ ବିଶୋୟୀ ସ୍ତ୍ରୀ ଅମୃତା ଓ ୬ ମାସର ଶିଶୁ ପୁତ୍ର ଶ୍ରୀୟାଂଶୁଙ୍କୁ ନେଇ ଡାବୁଗାଁ ବ୍ଲକ ବଡଓଲମାସ୍ଥିତ ଶଶୁରଘରକୁ ଆସିଥିଲେ | ଥଣ୍ଡା କାଶ ହେଉଥିବାରୁ ସେମାନେ ବୁଧବାର  ଶ୍ରୀୟାଂଶୁଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସାପାଇଁ ଆଣିଥିଲେ | ଡିୟୁଟି ରେ ଥିବା ଡାକ୍ତର ସନଲପ ପଟ୍ଟନାୟକ ଶ୍ରୀୟାଂଶୁଙ୍କୁ ଦେଖିଥିଲେ | ଏହାପରେ ସେ ଗୁଗୁଲ ସର୍ଚ୍ଚ କରି ସେ ଏକ ଇଞ୍ଜେକସନ ଲେଖିଥିଲେ | ଇଞ୍ଜେକସନ ନେବାର ୧୫ ମିନିଟ ମଧ୍ୟରେ ଶ୍ରୀୟାଂଶୁ ଆଖିବୁଜି ଦେଇଥିଲା ବୋଲି ପ୍ରଶାନ୍ତ ଅଭିଯୋଗ କରିଛନ୍ତି |

ଏହାପରେ ଶିଶୁ ପୁତ୍ରର ପରିବାର ଓ ସମ୍ପର୍କୀୟ ଲୋକେ ଡାକ୍ତରଖାନାରେ ହୋହଲ୍ଲା କରିଥିଲେ |ଖବରପାଇ ପୋଲିସ ସେଠାରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା | ଏନେଇ ଡାକ୍ତର ସନଲପ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁଘଟଣା ସମ୍ପର୍କରେ ସ୍ୱାସ୍ଥ୍ୟକେନ୍ଦ୍ର ଇନଚାର୍ଜ ଙ୍କୁ ପଚାରନ୍ତୁ ବୋଲି କହିଥିଲେ | ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଇନଚାର୍ଜ ଡାକ୍ତର ସୁଭାଶିଷ ସାହୁଙ୍କୁ ପଚାରିବାରୁ ସେ ଡାକ୍ତରଖାନାରେ ନଥିଲେ | ଘଟଣାସମ୍ପର୍କରେ ଅବଗତ ନଥିବା ସେ କହିଥିଲେ |ଜିଲପାଳ ଡାଃ ଅଜିତ କୁମାର ମିଶ୍ରଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ସିଡିଏମଓ ଙ୍କସହ ଆଲୋଚନାକରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଥିଲେ |                                             

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1. TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here