ବିଦେଶୀ ମଦ ଜବତ, ୨ ଗିରଫ , ନବରଙ୍ଗପୁର ଜିଲା ଡାବୁଗାଁ ଥାନା:

ଡାବୁଗାଁ, ୩୦/୩ ମଙ୍ଗଳବାର ସନ୍ଧ୍ୟାରେ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଡାବୁଗାଁ- ଉମରକୋଟ ରାଜ୍ୟରାଜପଥ-୩୯ ଉପରେ ଦଶମୁଣ୍ଡିଆ ମନ୍ଦିର ସମ୍ମୁଖରେ ନାନୋ କାର ନଂ ଓଆର ୦୨ ବିପି ୭୯୦୦ ଯୋଗେ ଡାବୁଗାଁ ସିଂ ଠିପି ବନ୍ଦ ବିଦେଶୀ ମଦ ଦୋକାନ କର୍ମଚାରୀ ୨ ଜଣ ଚାଟିଗୁଡା ଗ୍ରାମକୁ ନେଉଥିବା ବେଳେ ନବରଙ୍ଗପୁର ଏସପି ପ୍ରହଲ୍ଲାଦ ସହାଇ ମୀନା ଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ପେଶାଲ ସ୍କ୍ୱାର୍ଡ ଚଢାଉ କରିଥିଲେ | ଉକ୍ତ ଗାଡିରୁ ୧୮୦ ମିଲି ର ୨୪୦ ଟି ବୋତଲ ମଦ, କେନ ବିୟର ୧୨୦ ଟି ଡବା ୬୦ଲିଟର ଓ ୭୫୦ ମିଲି ବିୟର ୨୪ ଟି ବୋତଲ ୧୮ ଲିଟର ଜବତ କରାଯାଇଛି | ଏଥିରେ ସମ୍ପୃକ୍ତ ବିଦେଶୀ ମଦ ଦୋକାନ କର୍ମଚାରୀ ମନୋଜ କୁମାର ସିଂ (୪୧) ଓ ସୁନୀଲ କୁମାର ସିଂ (୩୦) କୁ ଗିରଫ କରାଯାଇଛି | ମଦ ଚୋରା ଚାଲାଣ ହେଉଥିବା ଗାଡିଟିକୁ ଜବତ କରାଯାଇଛି  ବୋଲି ଆଇଆଇ ସି ସୁରେନ୍ଦ୍ର କୁମାର ବେଉରିଆ ସୂଚନା ଦେଇଛନ୍ତି |                                                                                                                                     

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here