ଚାନ୍ଦୁରା ଗ୍ରାମ୍ୟ ସ୍ମଶାନ ରେ ପୋଡାଯାଉଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ , ଜଗତସିଂହପୁର ଜିଲ୍ଲା ଚାନ୍ଦୁରା ଗାଁରେ ।

ଗ୍ରାମ୍ୟ ସ୍ମଶାନ ରେ ପୋଡି ପାଉଁଶ ହୋଇ ଯାଇଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଚାନ୍ଦୁରା ଗାଁରେ । ଗତକାଲି ରାତିରେ କିଛି ଅଜଣା ବ୍ୟକ୍ତି ଦୁଇଟି ଟ୍ରାକ୍ଟର ଡାଲାର ଏହି ଔଷଧ ସବୁ ଲୋଡ଼ କରି ଆଣି ଚାନ୍ଦୁରା ଗାଁ ସ୍ମଶାନ ରେ  ଢାଳି ସେଥିରେ ନିଆଁ ଲଗାଇ ଫେରାର ହୋଇ ଯାଇଥିଲେ । ମଶାଣିରେ ହୁତୁହୁତୁ ହୋଇ ନିଆଁ ଜଳୁଥିବାର ଦେଖି ଗ୍ରାମବାସୀ ମାନେ ଘଟଣା ସ୍ଥଳକୁ ଯିବାରୁ ସେଠାରେ ବିଭିନ୍ନ ପ୍ରକାରର ଔଷଧ,ଶାଲାଇନ,ସିରିଞ୍ଜି ଓ କିଛି କାଗଜ ପତ୍ର ଆଦି ଜଳୁଥିବାର ଦେଖିବାକୁ ପାଇଥିଲେ । ତେବେ ପୋଡି ଯାଉଥିବା ଔଷଧରୁ ଦୁର୍ଗନ୍ଧ ବହାରୁଥିବାରୁ ତା ନିକଟକୁ ଲୋକମାନେ ଯିବାକୁ ଭୟ କରିଥିଲେ । ଗରିବ ରୋଗୀଟିଏ ଔଷଧ ବୁନ୍ଦାଏ ପାଇଁ ବାର ଦୁଆର ହେଉଥିବା ବେଳେ ଏପଟେ ଏତେ ପରିମାଣରେ ଔଷଧ କିଏ ଓ କେଉଁ କାରଣରୁ ଲୁଚା ଛପାରେ ପୋଡି ଦେଲା ତାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି କରିଛି ।ଜିଲା ରେ ସ୍ୱାସ୍ଥ୍ୟ ବିଭାଗ ର ଅପାରଗତା ଓ ଜିଲା ଡ୍ରଗ ଅଧିକାରୀ ଙ୍କ କାର୍ଯ୍ୟାଳୟ ସ୍ଥାଣୁ ପାଲଟିଥିବା ଯୋଗୁ ଏଭଳି କାର୍ଯ୍ୟ ସମ୍ଭବ ହୋଇପାରିଲା ବୋଲି ଜନସଧାରଣ ରେ ଚର୍ଚା ଜୋର ଧରିଛି।ତେବେ ପରିମାଣର ଔଷଧ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସାମଗ୍ରୀ ପୋଡ଼ାଯିବା ପଛରେ କଣ ପ୍ରକୃତ ରହସ୍ୟ ରହିଛି ପ୍ରଶାସନ ଏହାର ତଦନ୍ତ କରି ଆଵଶ୍ୟକୀୟ ପଦକ୍ଷପ ଗ୍ରହଣ କରିବା ଜରୁରୀ ହୋଇ ପଡିଛି ।

ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ ଓଡିଶା 1ଟିଭି  |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here