ଟ୍ରକ – ମୋଟରସାଇକେଲ ଧକ୍କା ୧ ମୃତ, ୧ ଆହତ , ନବରଙ୍ଗପୁର ଜିଲା , ଡାବୁଗାଁ ଥାନା ଅଧୀନ ଜଟାବାଲ ଗ୍ରାମ ପେଟ୍ରୋଲ ପମ୍ପ ସମ୍ମୁଖରେ |

ଡାବୁଗାଁ, ୩୦/୩ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଜଟାବାଲ ଗ୍ରାମ ପେଟ୍ରୋଲ ପମ୍ପ ସମ୍ମୁଖରେ ଟ୍ରକ – ମୋଟରସାଇକେଲ ଧକ୍କା ହୋଇ ୧ ମୃତ ଓ ୧ ଆହତ ହୋଇଥିବା ଜଣାପଡିଛି | ସୂଚନାଯୋଗ୍ୟ :- ସୋମବାର ରାତିରେ ଏକ ଚାଉଳ ବୋଝେଇ ଟ୍ରକ ନଂ ସିଜି ୦୬ ଏମ ୦୧୩୩ ପାପଡାହାଣ୍ଡି ଅଭିମୁଖେ ଯାଉଥିବା ବେଳେ ଜଟାବାଲ ଗ୍ରାମ ପେଟ୍ରୋଲ ପମ୍ପ ସମ୍ମୁଖରେ ପଛପଟୁ ଏକ ମୋଟର ସାଇକେଲ  ନଂ ଓଡି ୨୪ ଏ ୫୦୯୦ ଧକ୍କା ହେବ ଫଳରେ ମୋଟରସାଇକେଲ ରେ ଥିବା ୨ ଯୁବକ ରାସ୍ତା କଡକୁ ଛିଟିକି ପଡିଥିଲେ | ସେମାନେ ହେଲେ ପାପଡାହାଣ୍ଡି ବ୍ଲକ ପିପଲଗୁଡା ଗ୍ରାମର ଶ୍ୟାମ ଭତ୍ରା (୧୮) ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା | ଅନ୍ୟ ଜଣେ ନବୀନ ଭତ୍ରା ଆହତ ହୋଇଥିଲେ | ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ଏନେଇ ମୃତକ ବାପା କମଳଲୋଚନ ଭତ୍ରା ମଙ୍ଗଳବାର ଡାବୁଗାଁ ଥାନା ରେ ଏତଲା ଦେଇଥିଲେ | ଥାନା ସବଇନିସ୍ପେକ୍ଟର ଅରୁଣ କୁମାର ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୬୪/୨୧ ରେ ଏକ ମାମଲା ରୁଜୁ କରାଯାଇଛି |  

                                              

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here