କେନ୍ଦ୍ରାପଡା ବଡହାଟ ସ୍ଥିତ ୧୫-ନଂ-ୱାର୍ଡରେ ପ୍ରାୟ ପାଖାପାଖି ୧୦ ବଖରା ଘର ପୋଡି ପାଉଁଶ ହୋଇଯାଇଛି ।

କେନ୍ଦ୍ରାପଡା: ଆଜି କେନ୍ଦ୍ରାପଡା ବଡହାଟସ୍ଥିତ ୧୪ ନଂମ୍ବର ୱାର୍ଡ଼ର ମୋଜି ଖାଁ, ଫକୀର ଖାଁ ଏବଂ ସାକୀର ଖାଁଙ୍କ ସହିତ ଅନ୍ୟାନ୍ୟ ଭାଇମାନଙ୍କର ପ୍ରାୟ ୪ଟି ପରିବାରର ୧୦ ରୁ ୧୨ ବଖରା ଘର  ସମ୍ପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇ ଯାଇଛି । ଏହି ଅଗ୍ନୀକାଣ୍ଡରେ ପ୍ରାୟ ୪୦ ରୁ ୫୦ ପାଖାପାଖି ପରିବାର ସଦସ୍ୟ ବା ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହି ଅଗ୍ନିକାଣ୍ଡରେ ପ୍ରାୟ ୩ ରୁ ୪ଜଣ ଲୋକ ମଧ୍ୟ ନିଆଁରେ ପୋଡି ଆହାତ ହେବା ସହ ପ୍ରଥମେ ସେମାନଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯିବା ପରେ ଜୈନିକ ମହିଳାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତ୍ୱର ହୋଇପଡିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି । ଏହି ଅଗ୍ନିକାଣ୍ଡ ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁ ହୋଇଛିକି ଅନ୍ୟ କୌଣସି କାରଣ ବସତଃ ଘର ଗୁଡିକରେ ନିଆଁ ଲାଗିଯାଇଛି ତାହା ଏପର୍ଯ୍ୟନ୍ତ ପ୍ରଷ୍ଟ ଜଣାପଡି ନାହିଁ । ରାତି ୪.୩୦ ମିନିଟ୍ ସମୟରେ ଏହି ଅଗ୍ନିକାଣ୍ଡ ଘଟିବା ଯୋଗୁ ପ୍ରାୟ ୨୦ ରୁ ୩୦ ଲକ୍ଷ ଟଙ୍କାର ଆନୁମାନିକ ମୂଲର ସମ୍ପର୍ତ୍ତି ବା ସୁନା ଗହଣା, ଗାଣ୍ଠି ଏବଂ ଘରୋଇ ଆସଭାବ ପତ୍ର ସହିତ କପଡାଲତା ସବୁ ପୋଡି ପାଉଁଶ ହୋଇଯାଇଛି ।

ଏପରିକି ଗାଈ ଗୋରୁ, ଛେଳି, ମେଣ୍ଢାଙ୍କ ସମେତ ଘରେ କୁକୁଡା ଫାରମ୍ କରି ରଖିଥିବା ଶତାଧିକ କୁକୁଡା ଗୁଡିକ ମଧ୍ୟ ନିଆଁରେ ପୋଡି ଧ୍ୱଂସ ବିଧ୍ୱଂସ ବା ପାଉଁଶ ହୋଇଯାଇଛି । ଖବର ପାଇ ଅଗ୍ନି ସମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଘରଗୁଡିକ ସମ୍ପୂର୍ଣ୍ଣ ଜଳିଯାଇଥିଲା। ବିଶେଷ ସୂତ୍ରରୁ ଖବର ନେବାରୁ ଯାହା ଜଣାପଡିଛି ଯେ-ଝିଅ ବାହାଘର ପାଇଁ କିଣାଯାଇଥିବା ଘରେ ରଖା ଯାଇଥିବା ସମସ୍ତ ଗହଣାଗାଣ୍ଠି ଓ ଫର୍ଣ୍ନିଚର ଜିନିଷ ମଧ୍ୟ ଉକ୍ତ ଅଗ୍ନିକାଣ୍ଡ ଯୋଗୁ ପୋଡି ସବୁ ପାଉଁଶ ହୋଇ ନଷ୍ଟଭ୍ରଷ୍ଟ ହୋଇଯାଇଛି । ଏବିଷୟରେ ଜିଲ୍ଲାପାଳଙ୍କୁ ଟେଲିଫୋନ ଯୋଗେ ଯେତେ ଯୋଗା ସ୍ଥାନୀୟ ବାସିନ୍ଦାଙ୍କ ସମେତ କିଛି ଗଣମାଧ୍ୟମର ପ୍ରତିନିଧି ଯେତେ ଯୋଗ କଲେ ମଧ୍ୟ ଜିଲ୍ଲାପାଳ କୌଣସି ପ୍ରକାରେ ଫୋନ୍ ଉଠାଇ ନଥିଲେ କି ଅଗ୍ନିକାଣ୍ଡରେ କ୍ଷୟ କ୍ଷତି ହୋଇଥିବା ଲୋକ ମାନଙ୍କ ପାଖରେ ପହଞ୍ଚି ନଥିବା ପାଖ ପଡୋଶୀ ଏବଂ ଅଗ୍ନିକାଣ୍ଡରେ କ୍ଷୟକ୍ଷତି ହୋଇଥିବା ଘରଲୋକ ଯାହା କୁହନ୍ତି । ଘଟଣା ସ୍ଥଳରେ ପୌର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦେବ ପ୍ରସାଦ ବଳ କୌଣସି ସୂତ୍ରରୁ ଖବର ପାଇ ଅଗ୍ନିକାଣ୍ଡ ଘଟିଥିବା ସ୍ଥାନରେ ତତକ୍ଷଣାତ୍ ପହଞ୍ଚି କିଛି ଲୋକ ମାନଙ୍କୁ କେବଳ ବିସ୍କିଟ୍ ପ୍ୟାକେଟ୍ ଦେଇ ମେଡିକାଲରେ ପୋଡି ଯାଇଥିବା ଲୋକ ମାନଙ୍କ ପାଖରେ ପହଞ୍ଚି ସରକାରୀ ସାହାଯ୍ୟ ମିଳିବ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି । ସେପଟେ ବିଜେଡି ନେତା ତଥା ବରିଷ୍ଠ ସମାଜସେବୀ ମାନସ କୁମାର ସାହୁ(ମାନଭାଇ), ବରିଷ୍ଠ ଆଇନଜୀବୀ ଦେବଦାଶ ମହାନ୍ତି, ପୂର୍ବତନ ପୌରାଧ୍ୟକ୍ଷ ଧୀରେନ ସାହୁଙ୍କ ସମେତ ପୂର୍ବତନ କାଉନ୍ସିଲର ହିରଣ୍ୟ କୁମାର ପଣ୍ଡା, ସଂଖ୍ୟାଲଘୁ ସମ୍ପ୍ରଦାୟର ଜିଲ୍ଲା ସଭାପତି ସେକ୍ ଚନ୍ଦନ ଓ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ୍ଵର ବେହେରା, ମୁକ୍ତାର ଖାଁ ପ୍ରମୁଖ ବହୁ ଛୋଟବଡ ନେତା ଓ ରାଜନେତା ମାନେ ଅଗ୍ନିକାଣ୍ଡ ଘଟିଥିବା ସ୍ଥାନରେ ପହଞ୍ଚି ବୁଲି ଦେଖିବା ସହିତ ଜିଲ୍ଲାପାଳଙ୍କୁ ସମୁହ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଉକ୍ତ କ୍ଷତିଗ୍ରସ୍ଥ ଲୋକମାନଙ୍କୁ କିଛି ଆର୍ଥିକ ସାହାଯ୍ୟ ସହଯୋଗ ସହିତ ରନ୍ଧାଖାଦ୍ୟ ସାମଗ୍ରୀ ଓ କପଡା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଅତ୍ୟନ୍ତ ଜରୁରୀ ସାମଗ୍ରୀ ତୁରନ୍ତ ଯୋଗାଇ ଦେବା ପାଇଁ । ସବୁଠୁ ବଡ ଦୁଃଖ ଆଉ ପରିତାପର ବିଷୟ ଏହିକି ଯେ-ସହର ମଧ୍ୟରେ ଏପରି ଏକ ଦୁଃଖଦ ଏବଂ ହୃଦୟ ବିଦାରକ ଘଟଣା ଘଟିଥିଲେ ମଧ୍ୟ କେନ୍ଦ୍ରାପଡାର ମାନନୀୟ ଜିଲ୍ଲାପାଳ ଖବର ପାଇବା ଏବଂ ସମସ୍ତ ବିଷୟ ଜାଣି ମଧ୍ୟ ଘଟଣା ସ୍ଥଳକୁ ନଆସିବା ବା ଘଟଣା ସ୍ଥଳରେ ନପହଞ୍ଚିବା ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ମୂଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଏପରି ଦୁଃଖଦ ପୂର୍ଣ୍ଣ ଘଟଣା ରାତି ୪ଟାରୁ ଘଟିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଖଣ୍ଡେ ଜରୀ ପାଲ ଅଗ୍ନି ବିପ୍ନ ମାନଙ୍କ ପାଖରେ ନପହଞ୍ଚିବା ଏବଂ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଅଗ୍ନି ବିପ୍ନମାନଙ୍କ ଦୁଃଖ ଦୁର୍ଦ୍ଦଶା ନବୁଝିବା ସବୁଠୁ ମୂଖ୍ୟ ଚର୍ଚ୍ଚା ଏବଂ କେନ୍ଦ୍ରବିନ୍ଦୁର ବିଷୟ ପାଲଟିଛି । ତେବେ ଦେଖାଯାଉ କେବେ ବଡ ବଡ ସରକାରୀ ବାବୁ ମାନଙ୍କର ଭାଂଗୁଛି ନିଦ ଏବଂ କେବେ ପହଞ୍ଚୁଛି ଅଗ୍ନୀ ବିପ୍ନଙ୍କ ପାଖରେ ସରକାରୀ ସୁବିଧା ତାହାଖାଲି ଯାହା ବାକିରହିଲା ଦେଖିବକୁ । ତେବେ ଆସନ୍ତୁ ସିଧା ସଳଖ ଶୁଣିନେବା କଣ ଉକ୍ତ ଅଗ୍ନି କାଣ୍ଡ ଘଟଣାକୁ ନେଇ କହୁଛନ୍ତି ସ୍ଥାନୀୟ ବାସିନ୍ଦା ସିଧା ସଳଖ ଶୁଣିନେବା ତାଙ୍କ ମୁହଁରୁ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here