କୀଟନାଶକ ପରିଚାଳନା ଉପରେ ତାଲିମ ଶିବିର , ନବରଙ୍ଗପୁର ଜିଲା :

ଡାବୁଗାଁ, ୨୮/୩ ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ସଦରମହକୁମା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଠାରେ କୀଟନାଶକ ପରିଚାଳନା ଉପରେ ଏକ ୧୨ ଦିନିଆ ତାଲିମ ଶିବିର ରବିବାର ଉଦଯାପିତ ହୋଇଯାଇଛି | କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ଡାଃ ନାରାୟଣ ବାରଙ୍କ ତତ୍ଵାବଧାନରେ ପ୍ରଶିକ୍ଷକ ଭାବେ ମାଲକାନଗିରି ଜିଲା କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ଡାଃ ସମୀର ରଞ୍ଜନ ଦାସ, ନବରଙ୍ଗପୁର କୃଷି ଜିଲା ଅଧିକାରୀ ଡାଃ ଆର୍ୟୁଦେହୀ ମିଶ୍ର, ପାପଡାହାଣ୍ଡି କୃଷି ଜିଲା ଅଧିକାରୀ ଡାଃ ଆଶିଷ କୁମାର ସାହୁ, ଉମରକୋଟେ କୃଷି ବିଜ୍ଞାନ କେନ୍ଦ୍ର କ୍ଷେତ୍ର ବିଜ୍ଞାନୀ ପରିତୋଷ ମୁର୍ମୁ, ରୋଗପୋକ ବିଶେଷଜ୍ଞ ରୁଦ୍ର ପ୍ରସାଦ ମହାଲିକ, ଆର ଆର ଟି ଟି ଏସ ଏସ ର ମୁଖ୍ୟ ବିମାନ ରଞ୍ଜନ ବେହେରା ଓ ରୋଗପୋକ ବିଶେଷଜ୍ଞ ନିରଞ୍ଜନ ମାଣ୍ଡି ପ୍ରମୁଖ ତାଲିମ ଦେଇଥିଲେ | ଏଥିରେ ଫସଲରେ ବିଭିନ୍ନ ରୋଗ ପୋକ ଚିହ୍ନଟ ଓ ଏହାର ନିୟନ୍ତ୍ରଣ, ନିରାକରଣ, କୀଟନାଶକ ଆଇନ ଉପରେ ତାଲିମ ପ୍ରଦାନ କରଯାଇଥିଲା | ଏହି ତାଲିମ ଜାନୁଆରୀ ୨୨ ତାରିଖ ଦିନ ଆରମ୍ଭ ହୋଇଥିଲା | ପ୍ରତ୍ୟୋକ ରବିବାର ଦିନ ଏହି ତାଲିମ ଅନୁଷ୍ଠିତ ହେଉଥିଲା  |   ଏଥିରେ ଜିଲାର ୧୦ ଟି ବ୍ଲକରୁ  ମୋଟ ୪୦ ଜଣ କୀଟନାଶକ ଡିଲର ମାନେ ତାଲିମ ନେଇଥିଲେ |

                                                                                                                                      

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV |       

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here