କେନ୍ଦ୍ରାପଡା ଓକିଲ ସଂଘ ନିର୍ବାଚନ ହୋଇଛି ଶେଷ ।

ଆଜି ଥିଲା କେନ୍ଦ୍ରାପଡା ଓକିଲ ସଂଘ ନିର୍ବାଚନ । ନୋମିନେସନ ଦାଖଲ ପରଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ଦଳୀୟ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଚାଲିଥିଲା ଯୋରଦାର ନିର୍ବାଚନୀ ପ୍ରଚାର । ବିଭିନ୍ନ ପ୍ରତିଦ୍ୱନ୍ଦୀ ମାନଙ୍କ ମଧ୍ୟରେ ହେଉଥିବା ନିର୍ବାଚନୀ ଲଢେଇର ହୋଇଛି ଶେଷ । ଯିଏ ଯେଉଁ ପଦବୀ ପାଇଁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ମାନଙ୍କ ସହିତ ନିର୍ବାଚନୀ ମଇଦାନକୁ ଓହ୍ଲାଇବା ସଂଗେ ସଂଗେ ଲଢେଇ କରୁଥିଲେ ସେମାନଙ୍କ ମଧ୍ୟରୁ ଓକିଲ ସଂଘର ସଭାପତି ପଦବୀଟିକୁ ହାତେଇ ନେଇଛନ୍ତି ବରିଷ୍ଠ ଆଇଜିବୀ ଶ୍ରୀଯୁକ୍ତ ଆଶୁତୋଷ ମହାନ୍ତି । ସେ ସର୍ବମୋଟ୍ ୨୧୭ ଖଣ୍ଡ ଭୋଟରେ ଆଗରେ ରହି ଜିତାପଟ ମାରି ନେଇଥିବା ବେଳେ ହାତୀ ଢାଳିଛି ତାଙ୍କ ମୁଣ୍ଡରେ ସୁନାକଳସ । ସଭାପତିଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜୟ ପରିଡା ମାତ୍ର ୫୦ଖଣ୍ଡ ଭୋଟ ଏବଂ ସଭାପତି ପଦବୀ ପାଇଁ ଯୋରଦାର କଣ୍ଟେଷ୍ଟରେ ଥିବା ପ୍ରାର୍ଥୀ ତଥା ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ଧିରେନ ସାହୁ ୧୬୩ଖଣ୍ଡ ଭୋଟ ପାଇ ହରି ଯାଇଥିବା ଜଣାପଡିଛି । ସେହିପରି ସଂମ୍ପାଦକ ପଦବୀ ପାଇଁ ଲଢେଇ ମଇଦାନକୁ ଓହ୍ଲାଇଥିବା ଯୁବ ଆଇନଜିବୀ ଅଜିମୁଉଦ୍ଧିନ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଦେବକିଶୋର କରଙ୍କୁ ୬୧ ଖଣ୍ଡ ଭୋଟରେ ପରାସ୍ତ କରି ସର୍ବ ମୋଟ ୨୦୯ ଖଣ୍ଡଭୋଟ ପାଇ ବିଜୟର ଟିକା ପିନ୍ଧିଥିବା ଜଣାପଡିଛି । ସେହିପରି ସମ୍ପାଦକ ପଦବୀ ପାଇଁ ନିର୍ବାଚନ ଲଢେଇରେ ସାମିଲ ହୋଇଥିବା ଅନ୍ୟ ଦୁଇଜଣ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରୁ ସୁଶ୍ରୀ ନାୟକ ୩୭ ଖଣ୍ଡ ଭୋଟ ଏବଂ ତମସା ପାତ୍ର ମାତ୍ର ୩୮ଖଣ୍ଡ ଭୋଟ ପାଇ ଅମାନତ ହାରିଥିବା ଜଣାପଡିଛି । ସେହିପରି ଓକିଲ ସଂଘର ସଦସ୍ୟା ପଦବୀ ପାଇଁ ସୌଦାମିନୀ ଜେନା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ରୁକସାନା ଖାନଙ୍କୁ ପ୍ରାୟ ୫୦ଖଣ୍ଡ ଭୋଟରେ ହରାଇଥିବା ବେଳେ, ଆଇନଜିବୀ ସୁବାସ ରାଉତ ଏକଜିକ୍ୟୁଟିଭ ମେମ୍ବର ପଦବୀ ପାଇଁ ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି । ସେହିପରି ଯୁଗ୍ମ ସମ୍ପାଦକ ପଦବୀ ପାଇଁ ଅକ୍ଷୟ କୁମାର ସ୍ୱାଇଁ ଏକଶହରୁ ଉର୍ଦ୍ଧ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ରେଣୁବାଳା ସାମଲଙ୍କୁ ହରାଇ ଜିତାପଟ ହାତେଇ ନେଇଥିବା ବେଳେ ଉପସଭାପତି ପଦବୀ ପାଇଁ ଜିତେନ୍ଦ୍ର ମାହାନ୍ତି ପ୍ରାୟ ୧୫୭ ଖଣ୍ଡ ଭୋଟରେ ହାଡିବନ୍ଧୁ ସିଂଙ୍କୁ ହରାଇ ଜିତାପଟ ମାରି ନିର୍ବାଚନୀ ବୈତରଣୀ ପାର ହୋଇଛନ୍ତି । ସେହିପରି କୋଷାଧ୍ୟକ୍ଷ ପଦବୀ ପାଇଁ ନୀରାକାର ପ୍ରଧାନ ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ ହୋଇଥିବା ବେଳେ । ଲାଇବେରିଆନ୍ ପଦବୀ ପାଇଁ ସୁଧାଂଶୁ ଶେଖର ମହାପାତ୍ର ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ପରିଚାଳନା ଅଧିକାରୀ ଭାବେ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଦାୟୀତ୍ୱ ସୁଚାରୁ ରୂପେ ତୁଲାଇଥିବା ବେଳେ ତାଙ୍କୁ ସହାୟତା ପ୍ରଦାନ କରିଥିଲେ ରବିନ୍ଦ୍ର ପାତ୍ର, ଜ୍ଞାନ ମହାନ୍ତି, ପ୍ରଭାତ ପ୍ରଧାନ ଓ ମୋତିଉଲ୍ଲା ବକ୍ସ୍ ପ୍ରମୁଖ । ଟୋଟାଲ ସର୍ବମୋଟ ୪୪୩ ଖଣ୍ଡ ଭୋଟ ପୁଲିଂଗ୍ ହୋଇଥିବା ବେଳେ ତନ୍ମଧ୍ୟରୁ ୨ଖଣ୍ଡ ଭୋଟ୍ ରିଜେକ୍ଟ୍ ହୋଇଥିବା ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here