CMS ENTERPRISERSପକ୍ଷରୁ ନୀଉ ଷ୍ଟାର ଡ୍ୟାନସ୍ ଏକାଡେମୀର ସଂଗୀତ ଓ ନୃତ୍ୟ ଭିର୍ତ୍ତିକ ମେଗା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ, କେନ୍ଦ୍ରାପଡା ।

ଆଜି କେନ୍ଦ୍ରାପଡା ସହର ଉପକଣ୍ଠ ଠାକୁରପାଟ୍ଟଣା ହଳଦୀଆ ରେଲୱେ ଓଭର ବ୍ରିଜ୍ ଛକନିକଟରେ ଚିନ୍ତାମଣୀ ସାହୁଙ୍କ ସି.ଏମ.ଏସ୍. ଏଣ୍ଟର ପ୍ରାଇଜର୍ସ ବା ଇଟା ସପ୍ଲାୟର ପକ୍ଷରୁ ଆୟୋଜିତ ଏକ ମେଗା ନୃତ୍ୟ ଓ ସଙ୍ଗୀତ ଭିର୍ତ୍ତିକ ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ନୃତ୍ୟଗୁରୁ ଶ୍ରୀଯୁକ୍ତ ଦୀପକ କୁମାର ସାହୁଙ୍କ ନିର୍ଦ୍ଦେଶନାରେ ନୀୟୁ ଷ୍ଟାର ଏକାଡେମୀର ପ୍ରାୟ ୩୦ରୁ ଉର୍ଦ୍ଧ ଛୋଟବଡ କଳାକାର ମାନଙ୍କୁ ନେଇ ଅନୁଷ୍ଠିତ ବା ପରିବେଷଣ ହୋଇଯାଇ ଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଆ ଚଳଚିତ୍ର ପ୍ରଯୋଜକ ଶ୍ରୀଯୁକ୍ତ ମାନସ କୁମାର ସାହୁ ଏବଂ ସମ୍ମାନୀୟ ଅତିଥିଭାବେ ସଦରଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ମଲ୍ଲିକ ଓ ସାଥୀରେ ପତ୍ରିକା ଫାଉଣ୍ଡେସନ ଆଣ୍ଡ୍ ଚାରିଟେବୁଲ ଟ୍ରଷ୍ଟର ସଭାପତି ତଥା  ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ ଯୋଗଦେଇ ପ୍ରଥମେ ଏହି ଡ୍ୟାନସ ଡ୍ୟାନସ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ବଳନ କରି ଶୁଭାରମ୍ଭ କରିଥିଲେ । CMS ଏଣ୍ଟର ପ୍ରାଇଜର୍ସ ପକ୍ଷରୁ ମଞ୍ଚାସୀନ ଅତିଥୀ ମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ମଞ୍ଚାସୀନ ଅତିଥିମାନେ ସବୁଠୁ ବେଷ୍ଟ ନୃତ୍ୟ ପରିବେଷଣ କରିଥିବା ସାର୍ଥକ ଟିଭିର ଦୈନାଦିନ ଧାରାବାହିକ କାର୍ଯ୍ୟକ୍ରମ ତାରାତାରିଣୀରେ ଅଭିନୟ କରିଥିବା ତେଜ୍ ତନ୍ମୟ ଏବଂ ରଜକୁଇନ୍ ସହିତ ଡ୍ୟାନସ୍ ଡ୍ରାମାବାଜ୍ କାର୍ଯ୍ୟକ୍ରମରେ ଭାଗନେଇ କୃର୍ତ୍ତିତ୍ୱ ଅର୍ଜନ କରିଥିବା ପ୍ରିୟାନସୀ ପରିଡାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହିତ ଆଗକୁ କିପରି ସେହି ଦୁଇ କୁନିକୁନି କଳାକାର ବଢିପାରିବେ ଏବଂ ଆଗକୁ ଆଗକୁ ଆହୁରି ଆଗକୁ ଯାଇ ପାରିବେ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା  ଜୁନିୟର କଳାକାର ବର୍ଷାରାଣୀ ସାହୁ, ନିତୀସ କୁମାର ଷଡଙ୍ଗୀ, ସ୍ୱାସ୍ତିକ ଶ୍ରୀବାସ୍ତବ, ଅଭିଜିତ ସାହୁ, ଏସ.ଡି ସସ୍ମିତା, ନୀରଞନ ସାହୁ, ଶକ୍ତି ପ୍ରସାଦ ଏବଂ ଲୀନାରାଣୀ ଘଡେଇ, ପ୍ରତ୍ୟାସା ସାହୁ, ସତ୍ୟନାରାୟଣ ଓ କୀର୍ତ୍ତି ରଞନଙ୍କ ସମେତ ଅନ୍ୟାନ୍ୟ ସମସ୍ତ କଳାକାର ମାନଙ୍କ ପାଇଁ କେନ୍ଦ୍ରାପଡାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଶଦ୍ଦ ବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ମଞ୍ଚ ସମ୍ମୁଖରେ ହଜାର ହଜାର ଦର୍ଶକଙ୍କ ସମେତ ବହୁ ଅଭିଭାବକ ଏବଂ ଅଭି ଭାବିକା ମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି କରତାଳି ଦେଇ କୁନି କୁନି ପ୍ରତିଭା ମାନଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା ।

 କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧିଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here