କରୋନା କଟକଣାରେ ପାଳନ ହେବ ମା ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା-ଭକ୍ତଙ୍କୁ ମନ୍ଦିର ମନା l

କରୋନା ର ଦ୍ଵିତୀୟ ଲହର ହେତୁ ଓଡିଶା ସରକାର ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ମାନଙ୍କରେ ଆଗକୁ ପାଳନ କରାଯିବାକୁ ଥିବା ବିଭିନ୍ନ ଧର୍ମାନୁଷ୍ଠାନ ମାନଙ୍କରେ ଜନସାମଗମକୁ ବାରଣ କରି ମାର୍ଗଦର୍ଶିକା ଜାରି କରିଛନ୍ତି l ଏଥିଯୋଗୁଁ ଓଡିଶାର ପ୍ରସିଦ୍ଧ ଶକ୍ତିପୀଠ କାକଟପୁର ର ମା ମଙ୍ଗଳାଙ୍କ ଝାମୁଯାତ୍ରା ରେ ଜନସାମଗମ ଉପରେ କଟକଣା ଲଗାଇଛି ପ୍ରଶାସନ l ଏ ନେଇ କାକଟପୁର ଜଳସେଚନ ବଙ୍ଗଳାରେ ଅନୁଷ୍ଠିତ ଏକ ସମନ୍ୱୟ ବୈଠକ ସ୍ଥାନୀୟ ତହସିଲଦାର ତଥା ମନ୍ଦିର ଟ୍ରଷ୍ଟି ବିରଞ୍ଚି ବେହେରା ଙ୍କ ଅଧ୍ୟକ୍ଷତା ତଥା ଆକାଉଣ୍ଟlଣ୍ଟ ପ୍ରଭାତ ସିଂ ଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି l କେବଳ ସେବାୟତ ମାନଙ୍କୁ ନେଇ ମା ମଙ୍ଗଳାଙ୍କ ଝାମୁଯାତ୍ରା ପରିଚାଳନା କରାଯିବାକୁ କାର୍ଯ୍ୟକ୍ରମରେ ସ୍ଥିର କରାଯାଇଥିବା ବେଳେ ପାଞ୍ଚ ପାଳିଯାକ ବାହାର ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ଆସବାକୁ ବାରଣ କରାଯାଇଛି l ଏହା  ବ୍ୟତୀତ ଅନ୍ୟ ଦିନ ମାନଙ୍କରେ କୋଭିଡ କଟକଣା ଅନୁଯାୟୀ ଭକ୍ତମାନେ ମା ଙ୍କୁ ଦର୍ଶନ କରିପାରିବେ l ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାକଟପୁର ଥାନା ଅଧିକାରୀ ସୁଶାନ୍ତ ସାହୁ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଆଶିଷ ମହାପାତ୍ର, କାକଟପୁର ୟୁଥ ମାସ୍  ଆବାହକ କାଳିପ୍ରସାଦ ସ୍ୱାଇଁ, ଚମ୍ପାହାର ଦମକଳ କେନ୍ଦ୍ରର ସହ ଅଧିକାରୀ କେ ନାୟକ,ମନ୍ଦିର ସେବକ ସମିତିର ସଭାପତି ମନୋରଞ୍ଜନ ପଣ୍ଡା, ସମ୍ପାଦକ ପବିତ୍ର ଦୀକ୍ଷିତ , ପାଳିଆ, ପୂଜାପଣ୍ଡା ଓ ଯାଦବ ମହାସଭାର ପ୍ରତିନିଧିମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ବୈଠକରେ ସେବାୟତ ମାନଙ୍କର ବିଭିନ୍ନ ଦାବୀ ଉପସ୍ଥାପନା ହୋଇଥିଲା l ଦାବୀ ପୂରଣ ନହେଲେ ସେବାୟତ ମାନେ ନୀତିକାନ୍ତି ରେ ଅସହଯୋଗ କରିବେ ବୋଲି ବୈଠକରେ ପ୍ରକାଶ କରିଥିଲେ l

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here