ସିଆଇଟିୟୁ ତରଫରୁ ଭାରତ ବନ୍ଦ: ଜଗତସିଂହପୁର ଜିଲ୍ଲା

 ଜଗତସିଂହପୁର ଜିଲ୍ଲା କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ସିଆଇଟିୟୁ ପକ୍ଷରୁ ସ୍ଥାନୀୟ ଏସକେ ଏକାଡେମୀ ପଡ଼ିଆରୁ ବିଶାଳ ଶୋଭାଯାତ୍ରା ରେ ଆସି  ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି କୃଷି ଓ ଚାରୀଟି  ଶ୍ରମ କୋର୍ଡ଼  କୁ ବିରୋଧ କରି ବିଖୋଭ କରିଥିଲେ।ସିଆଇଟିୟୁ ର ରାଜ୍ୟ ସମ୍ପାଦକ  ଲୋଭାକାନ୍ତ ସ୍ୱାଇଁ ତାଙ୍କ ବକ୍ତବ୍ୟରେ କହିଥିଲେ କରୋନା ମହାମାରୀ ସମୟରେ କୃଷିଆଇନ ପର୍ଲ୍ୟାମେଣ୍ଟ ରେ ପରିତ ଦ୍ୱାରା କୃଷକମାନେ ସେମାନଙ୍କ ର ଅଧିକାର ହରାଇବେ।ଫସଲ ର ସହାୟକ ମୁଲ୍ୟ ପାଇବେନାହିଁ। ୪ଟି ଶ୍ରମ କୋର୍ଡ ପ୍ରଚଳନ ଦ୍ୱାରା ୮ ଘଣ୍ଟା ପରିବର୍ତ୍ତେ ଶ୍ରମିକ ମାନେ ୧୨ଘଣ୍ଟା କାମ କରିବେ।ନିର୍ମାଣ ଶ୍ରମିକ ଆଇନ ଉଠାଇଦେବା ଦ୍ୱାରା ନିର୍ମାଣ ଶ୍ରମିକ ମାନେ ପାଉଥିବା ସମସ୍ତ ସୁବିଧା ସୁଯୋଗ ହରାଇବସିବେ ବୋଲି କହିଥିଲେ।ଏହି ଭାରତ ବନ୍ଦ ଆନ୍ଦୋଳନ ରେ ରେ ସିଆଇଟିୟୁ ର ନିର୍ମାଣ ଶ୍ରମିକ ସଂଗଠନ ର,ଜିଲ୍ଲା ସହ ସମ୍ପାଦକ  କୃଷ୍ଣ ଚନ୍ଦ୍ର ବସ୍ତିଆ, ପ୍ରଫୁଲ୍ଲ ନାୟକ,ସୁବାସ ମହାରଣା,ତପନକୁମାର ଦାସ, ଅନନ୍ତ ଦାସ,ନାରାୟଣ କବି,ନିରଞ୍ଜନ ସାହୂ,ପ୍ରମୂଖ ସିଆଇଟିୟୁର କର୍ମକର୍ତା ଯୋଗଦେଇଥିଲେ।

 ଜଗତସିଂହପୁର ରୁ ଜିଲ୍ଲା ପ୍ରତନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ ଓଡିଶା 1ଟିଭି  |         

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here