ବିଶ୍ବ ଯକ୍ଷ୍ମା ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ, ପୁରୀ :

ପୁରୀ- ତା. ୨୩.୦୩.୨୦୨୧- ଆସନ୍ତା କାଲି ହେଉଛି ବିଶ୍ବ ଯକ୍ଷ୍ମା ଦିବସ । ଏହି ଉପଲକ୍ଷେ ପୁରୀ ବେଳାଭୂମିରେ ଜାତୀୟ ଯକ୍ଷ୍ମା ନିରାକରଣର ଜିଲ୍ଲା ୟୁନିଟ ଦ୍ବାରା  ସଚେତନତା କାର୍ଯ୍ୟକ୍ରମ ସହ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଛି । ବାଲୁକାଶିଳ୍ପୀ ଶ୍ରୀ ମାନସ କୁମାର ସାହୁଙ୍କ ଦ୍ବାରା ଯକ୍ଷ୍ମା ସଚେତନତା ବାଲୁକା ଶିଳ୍ପ ପ୍ରଦର୍ଶିତ ହୋଇଛି । ପୌରସଂସ୍ଥା ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର, ଯକ୍ଷ୍ମା ବିଭାଗ ଏଡିପିଏଚଓ ଡଃ ଲଲାଟେନ୍ଦୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସାରା ରାଜ୍ୟରେ ଯକ୍ଷ୍ମା ସଂକ୍ରମିତରେ ଜିଲ୍ଲାର ସ୍ଥାନ ଗତବର୍ଷ ୧୪ ସ୍ଥାନରେ ଥିବାବେଳେ ଗତ ତିନି ମାସରେ ୨୨୧ ଜଣ ଯକ୍ଷ୍ମା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଗତ ତିନି ମାସ ମଧ୍ୟରେ ଜିଲ୍ଲାର ସ୍ଥାନ ୧୧କୁ ଖସିଛି । ଆସନ୍ତା  ୨୦୨୫ ମସିହା ସୁଦ୍ଧା ଦେଶକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ ଧାର୍ଯ୍ୟ କରିଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ଗାଇଡଲାଇନ ଅନୁଯାୟୀ ଜିଲ୍ଲାର ଜନସଂଖ୍ୟା ଦୃଷ୍ଟିରୁ ୧୧୫୦ ଜଣ ଯକ୍ଷ୍ମା ସଂକ୍ରମିତ ଚିହ୍ନଟ କରିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ଗତବର୍ଷ ଏପର୍ଯ୍ୟନ୍ତ ୮୧୬ ଜଣଙ୍କୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ସରକାରୀ ଡାକ୍ତରଖାନାକୁ ଦିଆଯାଇଥିବା ଲକ୍ଷଧାର୍ଯ୍ୟ ୮୦୦ରୁ ୭୧୦ ଜଣ ଏବଂ ବେସରକାରୀ ଅନୁଷ୍ଠାନକୁ ଦିଆଯାଇଥିବା ଲକ୍ଷ ୩୫୦ରୁ ୧୦୬ ଜଣକୁ ଚିହ୍ନଟ ସଂକ୍ରମିତଙ୍କୁ ମିଶାଇ ପାଖାପାଖି ୭୨ ପ୍ରତିଶତ ଲକ୍ଷ ହାସଲ ହୋଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଏପିଏମ୍ ଶ୍ରୀ ସନ୍ତୋଷ କୁମାର ମିଶ୍ର, ଆଶା ସଂଯୋଜକ ଶ୍ରୀ ଅଶୋକ କୁମାର ସାହୁ, ସମାଜସେବୀ ଶ୍ରୀ ବଦ୍ରି ମିଶ୍ର, ଏଏନଏମ ଛାତ୍ରଛାତ୍ରୀ, ବେସରକାରୀ ସଂସ୍ଥା ଟାର୍ଗେଟ ଇଣ୍ଟରଭେନସନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here