ଜଗତସିଂହପୁର ଜିଲ୍ଲାରେ ଭାରତ ବନ୍ଦ ନେଇ ନବନିର୍ମାଣ କୃଷକ ସଙ୍ଗଠନ ର ରାସ୍ତା ରୋକ।

ଜଗତସିଂହପୁର ଜିଲ୍ଲା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ତିନୋଟି କୃଷିଆଇନ ପ୍ରତ୍ୟାହାର ଦାବି ନେଇ ସର୍ବଭାରତୀୟ ଚାଷୀ ସଂଗଠନ ଡ଼ାକରାରେ ଭାରତ ବନ୍ଦ କୁ ସମର୍ଥନ ଜଣାଇ ଜଗତସିଂହପୁର କଟକ ମୁଖ୍ୟ ରାସ୍ତାର ବଙ୍ଗଳା ଛକ ଠାରେ ରାସ୍ତା ରୋକ କରିଛନ୍ତି। ଚାଷୀମାନେ ଯୋଗଦେଇ କହିଥିଲେ କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର ସହିତ ଚାଷୀ ପେନସନ, ଚାଷୀ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ କରିବ,ଓ ସୁଦୃଢ କୃଷିଭୂମି ତଥା ଧାନ ମଣ୍ଡିରେ ଧାନ ବିକ୍ରୀ ଅନିୟମିତତା ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗର୍ଜି ଥିଲେ। ସଂଗଠନ ପକ୍ଷରୁ ବହୁ ଚାଷୀ ଭାରତ ବନ୍ଦ କୁ ସମର୍ଥନ ଜଣାଇ ରାସ୍ତା ରୋକ ରେ ସାମିଲ ହୋଇଛନ୍ତି। କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରି ସାରା ଦେଶରେ ଆଜି ଭାରତ ବନ୍ଦ ଆନ୍ଦୋଳନ ଜାରି ରହିଛି। ତେଣୁ ସରକାର ଏହି କୃଷକ ବିରୋଧୀ ଆଇନକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ,ଜିଲା ସଂଯୋଜକ ଦୁର୍ଗାଚରଣ ସ୍ୱାଇଁ, ଉପଦେଷ୍ଟା ବଂଶୀଧର ପଟ୍ଟନାୟକ, ନିତ୍ୟାନନ୍ଦ ପଣ୍ଡା,ଦେବାଶିଷ ଦାସ, ଵିଷ୍ଣୁ ସ୍ୱାଇଁ, ଦେବୀପ୍ରସାଦ ମହାରଣା,ବାବାଜି ଜେନା, ପ୍ରମୂଖ ଶତାଧିକ ଚାଷୀ କହିଛନ୍ତି।

ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ ଓଡିଶା 1ଟିଭି  |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here