କେନ୍ଦ୍ରାପଡାର ଦୁର୍ଯ୍ୟୋଧନ ସାହୁ ହେଲେ ରାଜ୍ୟ ବିଜେପି କୃର୍ଷକ ମୋର୍ଚ୍ଚାର ଉପସଭାପତି ।

କେନ୍ଦ୍ରାପଡା ଜିଲ୍ଲାର ପୂର୍ବତନ ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ସାହୁଙ୍କୁ ରାଜ୍ୟ କୃର୍ଷକ ମୋର୍ଚ୍ଚାର ଉପ ସଭାପତି ପଦବୀ ପାଇଁ ମନୋନୀତ କରିଛନ୍ତି ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତି ।

           ଏହି ଖବର ପ୍ରଚାରିତ ହେବାପରେ କେନ୍ଦ୍ରାପଡା ଜିଲ୍ଲା ବିଜେପି ପରିବାରରେ ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳିଛି ।

            ଶ୍ରୀଯୁକ୍ତ ସାହୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟରୁ ସିଧାସଳଖ ରାଜ୍ୟ କୃର୍ଷକ ମୋର୍ଚ୍ଚାର ଦାୟିତ୍ବ ଗ୍ରହଣ କରିବା ପରେ ଆଜି କେନ୍ଦ୍ରାପଡା ଗୋପ ଛକସ୍ଥିତ ବିଜେପି କାର୍ଯ୍ୟାଳୟ ବା ପାର୍ଟି ଅଫିସ ପରିସରରେ ଶ୍ରୀଯୁକ୍ତ ସାହୁଙ୍କୁ ପୂର୍ବତନ ବିଜେପି ବିଧାୟକ ଅଲେଖ କୁମାର ଜେନାଙ୍କ ସମେତ ପାରାଦୀପ୍ ପୋର୍ଟର ଟ୍ରଷ୍ଟୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ଭୂବନ ମୋହନ ଜେନାଙ୍କ ସମେତ ବିଜେପି ବିଧାୟକ ପ୍ରାର୍ଥୀ ସୁନାକର ବେହେରା, ବିଜେପି ଜିଲ୍ଲା ସମ୍ପାଦକ ଗଗନ ବିହାରୀ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଦେବାଶିଷ ଦାସ, ଜିଲ୍ଲା ବିଜେପି ନାରୀନେତ୍ରୀ କାନନବାଳା ଦାସଙ୍କ ସହିତ ପ୍ରାୟ ଶତାଧିକ ମହିଳା ଓ ପୁରୁଷ ବିଜେପି କର୍ମୀମାନେ ଏକ ବିରାଟ ପଟୁଆରରେ ଆସି ଶ୍ରୀଯୁକ୍ତ ସାହୁଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ପାର୍ଟି କାର୍ଯ୍ୟାଳୟ ପରିସର ମଧ୍ୟକୁ ପାଛୋଟି ନେଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି । ତେବେ ଆସନ୍ତୁ ଟିକେ ସିଧା ସଳଖ ନଜର ପକାଇ ନେବା କେମିତି ରହିଥିଲା ଉକ୍ତ ଆନନ୍ଦ,ଉଲ୍ଲାସ ମନାଇବାର ମୁହୂର୍ତ୍ତ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧିଙ୍କ ରିପୋର୍ଟ ଓଡିଶା 1ଟିଭି  ।   

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here