ଧର୍ଷଣକାରୀକୁ ରାଜକନିକା ପୋଲିସ ଘଣ୍ଟ ଘୋଡାଇବା ଏବଂ ଅଭିଯୁକ୍ତକୁ ତୁରନ୍ତ ଗିରଫ ପ୍ରତିବାଦରେ ଆରକ୍ଷୀ ଅଧୀକ୍ଷକଙ୍କୁ ବିଜେପି ମହିଳା ମୋର୍ଚ୍ଚାର ଦାବିପତ୍ର ପ୍ରଦାନ ।

ଆଜି କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ପୋଲିସ ଜୈନିକ ନାବାଳିକା ଧର୍ଷଣକାରୀ ଅଭିଯୁକ୍ତକୁ ଗିରଫ ନକରିବା ଏବଂ ଅଭିଯୁକ୍ତଙ୍କ ପ୍ରତି ଉଦାସିନତା ମନୋଭାବ ଦେଖାଇବା ପ୍ରତିବାଦରେ  ରାଜକନିକା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ମଦକର ସମ୍ବିତ ସମ୍ପତଙ୍କୁ ଏକ ଦାବିପତ୍ର ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରିୟଦର୍ଶିନୀ ନନ୍ଦ ଏବଂ ସମ୍ପାଦୀକା ନମିତା ବଳଙ୍କ ନେତୃତ୍ୱରେ ସଶ୍ମିତା ନାୟକ, ଅନୀତା ସ୍ୱାଇଁ, ଝିମି ଦାସ, ଉଷାରାଣୀ ମିଶ୍ର, ଲକ୍ଷ୍ମୀପ୍ରିୟା ମଲ୍ଲିକ, କାବେରୀ ବେହେରା, ବନ୍ଦନା ରାଉତରାୟ, ପ୍ରଭାତୀ ସେଠୀ, ପ୍ରିତୀପ୍ରଜ୍ଞା ଦାସ ଏବଂ ଚିନ୍ମୟୀ ରାଉତରାୟଙ୍କ ସମେତ ପ୍ରାୟ ବହୁ ମହିଳା କର୍ମୀ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ଖବର ନେବାରୁ ଜଣାପଡିଛି ଯେ-ଜଣେ ଗରିବ ଅସହାୟ ନାବାଳିକାକୁ ପ୍ରଥମେ ବଳପୂର୍ବକ ସାତଘରିଆ ଗ୍ରାମର ଜଗବନ୍ଧୁ ସାହୁ(୩୦) ନାମକ ଯୁବକ ଉଲଗ୍ନ କରି ଫଟୋ ଉଠାଇ ଉକ୍ତ ଫଟୋ ଗୁଡିକୁ ଭାଇରାଲ କରିବା ଏବଂ ହତ୍ୟା କରିବାକୁ ଧମକ ଦେଇ ବାରମ୍ବାର ଉକ୍ତ ନାବାଳିକାକୁ ଭୟଭିତ କରି ତାହା ସହିତ ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ରଖିବା ଘଟଣାକୁ କେନ୍ଦ୍ରକରି ପିଡୀତାଙ୍କ “ମା” ଏ ବିଷୟରେ ମାର୍ଚ୍ଚ ୧୧ ତାରିଖରୁ ରାଜକନିକା ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ରାଜକନିକା ପୋଲିସ ଉକ୍ତ ଅଭିଯୁକ୍ତକୁ ଖୁବ୍ ସିଘ୍ର ଧରିବା କଥା କହି ଅଭିଯୁକ୍ତ ଠାରୁ ମୋଟା ଅଙ୍କର ଲାଞ୍ଚଟଙ୍କା ଖାଇ ଅଭିଯୁକ୍ତକୁ ଘଣ୍ଟ ଘୋଡାଇବା ଏବଂ ଅଭିଯୁକ୍ତ ଖୁଲମ ଖୁଲା ବିଚ୍ ରାସ୍ତାରେ ସ୍ପଷ୍ଟ ଦିବାଲୋକରେ ବୁଲୁଥିଲେ ମଧ୍ୟ ପୋଲିସ ତାପ୍ରତି ଏପର୍ଯ୍ୟନ୍ତ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପ୍ରତିବାଦରେ ଉକ୍ତ ନାବାଳିକା ମହିଳାଙ୍କ ପରିବାର ଲୋକଙ୍କ ସହିତ ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟା ମାନେ ଏସପିଙ୍କୁ ଭେଟି ନିବେଦନ କରିଥିଲେ । ତେବେ ଆସନ୍ତୁ ନଜର ପକାଇ ନେବା କେମିତି ରହିଥିଲା ଉକ୍ତ ଦାବିପତ୍ର ପ୍ରଦାନର ଦୃଶ୍ୟାବଳୀ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧିଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here