ହୋଲି ପାଇଁ କେନ୍ଦ୍ରାପଡାରେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ ।

ଆଜି କେନ୍ଦ୍ରାପଡା ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ରିତ ଋତୁରାଜ ଆସନ୍ତା ହୋଲି ଉତ୍ସବ ବା ପର୍ବ ପାଳନ ନିମନ୍ତେ କରୋନା ମହାମାରୀକୁ ଆଖିଆଗରେ ରଖି ଏକ ପ୍ରସ୍ ମିଟ୍ ଜରୀଆରେ ସମଗ୍ର ଜିଲ୍ଲାବାସୀଙ୍କ ଉଦ୍ଧେଶ୍ୟରେ ଜଣାଇଛନ୍ତି ଯେ-ଆସନ୍ତା ହୋଲି ଉତ୍ସବ ବିଗତ ଦିନ ମାନଙ୍କରେ ଯେପରି ଭାବରେ ବହୁ ଜନସମାଗମକୁ ନେଇ ପାଳନ କରାଯାଉଥିଲା । ସେଭଳି ଢଂଗରେ ଆଉ ପାଳନ କରାଯିବ ନାହିଁ । ଯେହେତୁ କରନା ମହାମାରୀର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗୁଛି । ତେଣୁ ସମସ୍ତେ ସରକାରଙ୍କ କୋଭିଡ୍-19ର ଗାଇଡ୍ ଲାଇନ୍ ନୀୟମ ପାଳନ କରିବା ସହିତ ମାକ୍ସ୍ ସାନିଟାଇଜର ବ୍ୟବହାର ସହିତ ସାମାଜିକ ଦୂରତା ରକ୍ଷାକରି ହୋଲିକୁ ପାଳନ କରାଯିବ । ପୁଣି ଘରେ ରହି ହୋଲି ଉତ୍ସବ ପାଳନ କରିବେ । ଯଦି ଆପଣ ବାହାରକୁ ବାହାରିବେ ତେବେ ସରକାରୀ ନୀୟମ ମାନି ହୋଲି ମନାଇବେ । ପଞ୍ଚୁ ଦୋଳ ହେଉକି ଦଶଦୋଳ ହେଉ ଉକ୍ତ ପର୍ବରେ ଅତିକମରେ ଶହେ ଲୋକଙ୍କୁ ନେଇ ମେଲଣ କରାଯିବ ସେପୁଣି ସାମାଜିକ ଦୂରତା ପାଳନ ପୂର୍ବକ । ଏଥର ସେମିତି କିଛି କରୋନା ମହାମାରୀକୁ ଆଖିଆଗରେ ରାତ୍ରୀକାଳିନ କର୍ଫ୍ୟୁ କିମ୍ବା ଜରୁରୀ କାଳିନ କର୍ଫ୍ୟୁ ଦିନ ବେଳା ଲାଗୁ କରାଯାଇଥାଏ । ସେପରି କିଛି ବ୍ୟବସ୍ଥା କରାଯାଇ ନାହିଁ । ଏହାଛଡା ହୋଲିରେ ଲୋକେ ବା ଜନସାଧାରଣ ମାନେ ଶାନ୍ତି ଓ ସ୍ୱାଭାବିକ୍ ବାତାବରଣ ଢଂଗରେ ହୋଲି ଉତ୍ସବକୁ ପାଳନ କରନ୍ତୁ । ସହରଠୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ସବୁ ସ୍ଥାନରେ ପୋଲିସ ବାହୀନ ମୁତୟନ ରହିବେ । ଯେଉଁ ବ୍ୟକ୍ତି ମାନେ ମାକ୍ସ୍ ସାନିଟାଇଜର ବ୍ୟବହାର ନକରିବେ ଏବଂ ମଦ୍ୟପାନ କରି କୌଣସି ଗଣ୍ଡଗୋଳ ସୃଷ୍ଟି କରନ୍ତି ତେବେ ସେମାନଙ୍କ ପ୍ରତି ପୋଲିସ ପ୍ରଶାସନ ଦୃଢରୁ ଅତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ତାଙ୍କ ବକ୍ତବ୍ୟରେ ଉପସ୍ଥିତ ସମସ୍ତ ଗଣମାଧ୍ୟମକୁ କହିଥିଲେ । ତେବେ ଆସନ୍ତୁ ଦେଖିନେବା ଗଣମାଧ୍ୟମକୁ କଣ କହୁଛନ୍ତି ଜିଲ୍ଲାପାଳ ଶ୍ରୀଯୁକ୍ତ ଋତୁରାଜ, ସିଧା ସଳଖ ଶୁଣିବା ସେମାନଙ୍କ ମୁହଁରୁ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।  

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here