ନବରଙ୍ଗପୁର ଠାରେ ଅଡିଟୋରିଅମ ଖୋଲିବା ପାଇଁ ବିଭିନ୍ନ ମହଲରୁ ଦାବିନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ |

ଡାବୁଗାଁ, ୨୩/୩ ଆଜି ନବରଙ୍ଗପୁର ଜିଲ୍ଲାର ସଦର ମହକୁମା ଠାରେ ଏକ ଆଧୁନିକ ନୂତନ ପ୍ରେକ୍ଷାଳୟ (Auditorium) ନିର୍ମାଣ କରିବା ପାଇଁ ସ୍ଥାନୀୟ କଳାକାର, ବୁଦ୍ଧିଜୀବି,ସାମ୍ବାଦିକ, କର୍ମଜୀବୀ ତଥା ସର୍ବସାଧାରଣଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଙ୍କ ଜରିଆରେ ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ୧୯୬୪ ମସିହାରେ ତତ୍କାଳୀନ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ମାଟିର ଗର୍ବ ଓ ଗୌରବ ସ୍ୱର୍ଗତ ଡ଼ଃ ସଦାଶିବ ତ୍ରିପାଠୀ ଙ୍କ ଉଦ୍ୟମ ରେ ଶାସ୍ତ୍ରୀ ଭବନ ନିର୍ମାଣ ଓ ଶୁଭ ଉଦଘାଟନ ହୋଇଥିଲା  । ବର୍ତ୍ତମାନ ତାହା ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ତାହା ବର୍ତ୍ତମାନ ଯେତେ ମରାମତି କଲେ ମଧ୍ୟ ପୂର୍ବ ଅବସ୍ଥା କୁ ଫେରି ପାରୁନାହିଁ। ଏହା ମଧ୍ୟରେ ସହରର ଆୟତନ ବୃଦ୍ଧି ହେବା ସହିତ ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏହା ଭିତରେ ଓଡ଼ିଶାର ୧୩ ଗୋଟି ଜିଲ୍ଲାରୁ ୩୦ ଗୋଟି ଜିଲ୍ଲା ଘୋଷଣା କରିବା ପରିପ୍ରେକ୍ଷୀରେ ସର୍ବପ୍ରଥମେ ନବରଙ୍ଗପୁର କୁ ପ୍ରଥମ ଜିଲ୍ଲା ରୂପେ ୧୯୯୨ ମସିହା ଅକ୍ଟୋବର ୨ ତାରିଖରେ ପବିତ୍ର ଗାନ୍ଧୀ ଜୟନ୍ତୀ ଦିନ ତତ୍କାଳୀନ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲା ଘୋଷଣା କରିଥିଲେ । ପରିତାପର ବିଷୟ ସଦର ମହକୁମା ଠାରେ କଳା,  ସାହିତ୍ୟ, ସଂସ୍କୃତି ଓ ନାଟକ ପରିବେଷଣ ଏବଂ ସରକାରୀ ବେସରକାରୀ କାର୍ଯ୍ୟକ୍ରମ କରିବା ପାଇଁ ଏକ ଭଲ ପ୍ରେକ୍ଷାଳୟ ( Aditorium) ଟିଏ ନାହିଁ ।  ଏଥିପାଇଁ ବିଭିନ୍ନ ସମୟରେ ବିଭିନ୍ନ ମହଲରୁ ଦାବି ହେଉଅଛି | ବର୍ତ୍ତମାନ ନବରଙ୍ଗପୁର ସହରର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଆଜି ନବରଙ୍ଗପୁର ଜିଲ୍ଲାପାଳ କାର୍ଯ୍ୟାଳୟ ରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ଡ଼ଃ ଅଜିତ ମିଶ୍ର ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି  ଦାବି ପ୍ରଦାନ କରିବା ସମୟରେ ନବରଙ୍ଗପୁର ର  ବରିଷ୍ଠ ଓ କନିଷ୍ଠ କଳାକାର ରାମ ସିଂ, ଅସିତ କୁମାର ଦେଓ, ଭୁବନେଶ୍ୱର ଦାସ, ଚିଦାନନ୍ଦ ପଟ୍ଟନାୟକ, ଦେବଦାସ ମହାଙ୍କୁଡ, ସୁରେଶ ମହାନ୍ତି, ପ୍ରେମଚାନ୍ଦ ପଟ୍ଟନାୟକ, ଫାଲଗୁନି ପାତ୍ର, ଗୌରାଙ୍ଗ ପାତ୍ର, ଶିବ ପ୍ରସାଦ ମହାପାତ୍ର, ନିନି ବାବୁ ତ୍ରିପାଠୀ, ସୁରଜ ପୂଜାରୀ, ଦୁର୍ଗା ମାଧବ ରଥ, ରୁଦ୍ର ଚୌଧୁରୀ, ଅଲୋକ ସାହୁ ପ୍ରମୂଖ ଉପସ୍ଥିତ ଥିଲେ।

                                                                                                             

ନବରଙ୍ଗପୁର ଜିଲା ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here