ଜଗତସିଂହପୁର ଅବକାରୀ ବିଭାଗର ବଡ ସଫଳତା,ବ୍ରାଉନସୁଗାର ଓ ଚୋରାମଦଜବତ,ଦୁଇ ଗିରଫ।ଜଗତସିଂହପୁର ଅବକାରୀ ବିଭାଗର ବଡ ସଫଳତା,ବ୍ରାଉନସୁଗାର ଓ ଚୋରାମଦଜବତ,ଦୁଇ ଗିରଫ।

ଜଗତସିଂହପୁର ଜିଲାପାଳ ସଂଗ୍ରାମକେଶରୀ ମହାପାତ୍ରଙ୍କ ଆଦେଶ କ୍ରମେ ଓ  ଜଗତସିଂହପୁର  ଜିଲ୍ଲା ଅବକାରୀ  ସୁପରିଟେଣ୍ଡ ଅଶୋକ କୁମାର ଶତପଥି ଙ୍କ ନିର୍ଦେଶ କ୍ରମେ  ଅବକାରୀ ଜିଲ୍ଲା ସହକାରୀ ସୁପରିଡେଣ୍ଟ ବୈଜନ୍ତି ପଣ୍ଡାଙ୍କ ତତ୍ୱାବଧାନରେ ଜିଲା ଇନ୍ସପେକ୍ଟର ପ୍ରତାପକୁମାର ଦାସ ଓ ଜିଲ୍ଲା ଅବକାରୀ ସଦର  ସବଇନ୍ସପେକ୍ଟର ସସ୍ମିତା ହୋତାଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଥିଲା। ଚଢ଼ାଉ ସମୟରେଏକ ଲକ୍ଷ ୮୫ ହଜାରଟଙ୍କା ର ୧୮ଗ୍ରାମ ୫୦ମିଲିଗ୍ରାମ ବ୍ରାଉନସୁଗାର ସହ  ଜଣକୁ ଗିରଫ କରିଛନ୍ତି । ଚୋରା ବ୍ରାଉନସୁଗର ବେପାରୀ ଜଣଙ୍କ ବାଲିକୁଦା ଥାନା ଅନ୍ତର୍ଗତ ବାଖରବାଦ ,ଇଚ୍ଛାପୁର ଗ୍ରାମର ପ୍ରମୋଦ ଜେନାକୁ ଗିରଫ କରିବା ସହ ତାଙ୍କ ନିକଟରୁ ମୋଟ ୧୮ଗ୍ରାମ ୫୦ମିଲି ଗ୍ରାମ ବ୍ରାଉନସୁଗାର ଜବତ କରିଥିଲେ।ବ୍ରାଉନସୁଗାର ମୁଲ୍ୟ ଆନୁମାନିକ ଏକଲକ୍ଷ ୮୫ ହଜାର ଲକ୍ଷ ଟଙ୍କା ହେବ ବୋଲି ଜିଲା ଅବକାରୀ ଅଧିକ୍ଷକ ଅଶୋକ କୁମାର ଶତପଥି ସୂଚନାଦେଇଛନ୍ତି। ସେହିଭଳି ନାଉଗାଁ ଥାନା ଅଧିନ ଡେରିକି ଗ୍ରାମରେ ଚୋରାମଦ ବିକ୍ରି କରୁଥିବା ସମୟରେ ଚୋରା ମଦ ବେପାରୀ ରାମଚନ୍ଦ୍ର ଦାସ କୁ ଗିରଫ କରିବା ସହ ୧୧୬ ଲିଟର ଚୋରମଦ କୁ ଜବତ କରିଥିଲେ।ଏହି ଚଢ଼ାଉରେ ଏ.ଏସ.ଆଇ କଳ୍ପନା ଜେନା,ସୌମ୍ୟରଞ୍ଜନ ବେହେରା,କନେଷ୍ଟବଳ ପ୍ରକାଶ ରାଉତ,ବିଶ୍ୱନାଥ ମୁଣ୍ଡା,ସରୋଜ ସାହୁ,ସବିତା ନାୟକ,ବର୍ଷା ରାଣୀ ଖୁଣ୍ଟିଆ, ଦୀନବନ୍ଧୁ ସେଠି,ନବଘନ ମାରାଣ୍ଡି, ଚିତ୍ତରଞ୍ଜନ ଦାସ,ହିମାଂଶୁ ନାୟକ,କଲ୍ୟାଣି ସେଠୀ,ମହେନ୍ଦ୍ର ରାଉତ ପ୍ରମୁଖ ସାମିଲ ଥିଲେ।

ଜଗତସିଂହପୁର ଜିଲାରୁ ଜିଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋଟ|

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here