ପାପଡାହାଣ୍ଡି କୃଷି ଜିଲା ସ୍ତରୀୟ ପାରା ସଂମ୍ପ୍ରସାରଣ କର୍ମଚାରୀଙ୍କ ସଚେତନତା ଶିବିର ; ନବରଙ୍ଗପୁର |

ଡାବୁଗାଁ, ୧୬/୩ ନବରଙ୍ଗପୁର ଜିଲା ଡାବୁଗାଁ ସଦରମହକୁମାସ୍ଥିତ କୃଷି ଫାର୍ମ ଠାରେ ପାପଡାହାଣ୍ଡି କୃଷି ଜିଲା ଅଧିକାରୀ ଡାଃ॰ ଆଶିଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ କୃଷି ଜିଲ ସ୍ତରୀୟ ପାରା ସଂମ୍ପ୍ରସାରଣ କର୍ମଚାରୀମାନଙ୍କୁ ନେଇ ଏକ ସଚେତନତା ଶିବିର ମଙ୍ଗଳବାର ଉଦଘାଟିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ମୁଖ୍ୟ ଜିଲା କୃଷି ଅଧକାରୀ ବ୍ରଜ କିଶୋର ଲେଙ୍କା ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ ଏବଂ ସରକାର ଙ୍କ ଦ୍ଵାରାକୃଷି ବିଭାଗରେ ହେଉଥିବା କାର୍ଯ୍ୟକ୍ରମ ଗୁଡିକୁ ସୁଚାରୁରୂପେ ସଂପାଦନ କରିବାକୁ କହିଥିଲେ | ଏଥିରେ ଅଧିକାରୀ ମାନେ କୃଷି ଜ୍ଞାନ କୌଶଳ, ରୋଗ ପୋକ ଚିହ୍ନଟ ଓ ତାର ନିରାକରଣ, ମୃତ୍ତିକା ପରୀକ୍ଷା ତଥାମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଓ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ | ଏଥିରେ ଉମରକୋଟ କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ପରିତୋଷ ମୁର୍ମୁ, ରୁଦ୍ର ପ୍ରସାଦ ମହାଲିକ, ଗୋବିନ୍ଦ ଚନ୍ଦ୍ର ସାହୁ, ଉମରକୋଟ କୃଷି ଜିଲା ଅଧିକାରୀ ସତ୍ୟ ପ୍ରସାଦ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ | ଏଥିରେ ଡାବୁଗାଁ, ପାପଡାହାଣ୍ଡି ଓ କୋଷାଗୁମୁଡା ବ୍ଲକର ସମସ୍ତ ପଞ୍ଚାୟତର ଗ୍ରାମ୍ୟ କୃଷି କର୍ମଚାରୀ, କୃଷି ଅଧିଦର୍ଶକ, କୃଷକ ସାଥି, ଆତ୍ମାର ଗୋଷ୍ଠୀ ବୈଷୟିକ ପରିଚାଳକ ଓ ସହାୟକ ଗୋଷ୍ଠୀ ବୈଷୟିକ ପରିଚାଳକ ମାନେ ସଚେତନତା ଶିବିରରେ ଯୋଗ ଆଦେଇଥିଲେ | ଡାବୁଗାଁ ସହକାରୀ କୃଷି ଅଧିକାରୀ ଦୁର୍ଯ୍ୟଧନ ଜାନୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |   

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here