ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର , ନବରଙ୍ଗପୁର ଜିଲା ଡାବୁଗାଁ ଭୈରବ ଡିଗ୍ରୀ ମହାବିଦ୍ୟାଳୟ :

ଡାବୁଗାଁ, ୧୫/୩ ନବରଙ୍ଗପୁର ଜିଲା ଡାବୁଗାଁ ଭୈରବ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଛାତ୍ରୀ ମାନଙ୍କୁ ଆତ୍ମ  ସୁରକ୍ଷା  ସୋମବାର ଉଦଘାଟିତ ହୋଇଯାଇଛି | ଏହି ଅବସରରେ ଡିଗ୍ରୀ ମହାବିଦ୍ୟାଳୟର ଅଧକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥି ଡାବୁଗାଁ ତହସିଲଦାର  ସନ୍ଧ୍ୟା ସମରଥ, ସମ୍ମାନୀତ ଅତିଥି ବିଡିଓ ରଞ୍ଜିତାମେରୀ ନାୟକ ଯୋଗ ଦେଇ ପ୍ରଶିକ୍ଷଣ ଶିବିର କୁ ଉଦଘାଟନ କରିଥିଲେ | ଅଧ୍ୟାପିକା ଊର୍ମିଳା ବ୍ରହ୍ମା, ପୁଷ୍ପାଞ୍ଜଳି ସାହୁ ଓ ସଂଯୋଜିକା ଚନ୍ଦନା ପଣ୍ଡା ଶିବିର ପରିଚଳନା କରିଥିବା ବେଳେ ଆସନ୍ତା ୧ ମାସ ଧରି ଉକ୍ତ ପ୍ରଶିକ୍ଷଣ ଶିବିର ଚାଲୁ ରହିବ ବୋଲି ସୂଚନା ଦେଇଥିଲେ | ଏଥିରେ ୧୨୦ ଜଣ ଛାତ୍ରୀଙ୍କୁ  ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ରହିଛି | ମଞ୍ଚାସୀନ ଅତିଥି ମାନେ ମୁହିଁରେ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରି ତାଲିମ ନେବା ପାଇଁ ପରାମର୍ଶ ଦେଥିଲେ | ଶେଷରେ ଛାତ୍ରୀ ମାନେ ନିଜକୁ କିପରି ଭାବେ ସୁରକ୍ଷିତ ରହି ଘରକୁ ଫେରିବା ନେଇ ଉକ୍ତ ତାଲିମର ମୁଖ୍ୟ ଉଦ୍ଦେଶ୍ୟ |   ଅଧ୍ୟାପିକା ଶ୍ରୀମତୀ ବ୍ରହ୍ମା  ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |                                                                                                                                

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here