ଜଙ୍ଗଲ ସୁରକ୍ଷା ନେଇ ବନଭିଭାଗ ଦ୍ଵାରା ସଚେତନତା :

ଡାବୁଗାଁ, ୧୫/୩ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜୁନାପାଣି ଓ ଜବାଗୁଡା ଗ୍ରାମରେ ଡାବୁଗାଁ ବନବିଭାଗ ତରଫରୁ ଜଙ୍ଗଲ ରେ ନିଆଁ ନ ଲଗାଇବା ନେଇ ସଚେତନତା କାର୍ଯ୍ୟକ୍ରମ ସୋମବାର ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ ଜବାଗୁଡା ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ କରାଯିବା ପରେ ଜୁନପାଣି ହାଟ ମଧ୍ୟରେ ଡାକବାଜି ଯନ୍ତ୍ର ଦ୍ଵାରା ଜନସାଧାରଣଙ୍କୁ ଜଙ୍ଗଲରେ ନିଆଁ ନ ଲଗାଇବା , ଜଙ୍ଗଲ ର ସୁରକ୍ଷା କରିବା ଓ ଯଦି କୌଣସି ବ୍ୟକ୍ତି ଜଙ୍ଗଲ ରେ ନିଆଁ ଲଗାଇବା ସମୟରେ ଧରାପଡେ ତାହେଲେ ନିୟମ ଅନୁସାରେ ୭ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ସଚେତନତା କରାଯାଇଥିଲା | ଏଥିରେ ବନପାଳ ଲକ୍ଷ୍ମୀକାନ୍ତ ସାହୁ,  ବନରକ୍ଷୀ ରିତାରାଣୀ ବିଶ୍ଵାସରାୟ , କୁନ୍ତଳା କୁମାରୀ ଖୁରା , ସରସ୍ଵତୀ ମେହର , ମନୋରଞ୍ଜନ ନାୟକ ଓ ପ୍ରକାଶ ସରକାର ପ୍ରମୁଖ ଉପସ୍ଥିତ ଥିଲେ |

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here